ଅଳ୍ପକେ ବର୍ତ୍ତିଗଲା ବଡ଼ ରେଳ ଦୁର୍ଘଟଣା l
ସୋର: ବାହାନଗା ରେଳ ଷ୍ଟେସନର ଭୟାନକ ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବାବେଳେ ଆଜି ସୋର ରେଳ ଷ୍ଟେସନରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି l ସୂଚନାରୁ ପ୍ରକାଶ ଦକ୍ଷିଣ ପୂର୍ବ ରେଳ ପଥର ସୋର ରେଳ ଷ୍ଟେସନରେ ହାଓଡା-ଭୁବନେଶ୍ୱର 12073 ଜନ ଶତାଦ୍ଦି ଏକ୍ସପ୍ରେସ ସନ୍ଧ୍ୟା 5.36ମିନିଟରେ ପହଁଞ୍ଚି 5.46ରେ ସୋର ଷ୍ଟେସନ ପକ୍ଷରୁ ଷ୍ଟେସନ ଛାଡିବା ନିମନ୍ତେ ସିଗନାଲ ଦିଆଯାଇଥିଲା l ମାତ୍ର ସେହି ସମୟରେ ହାଓଡା ରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦି ଏକ୍ସପ୍ରେସ ଲାଇନ କ୍ଳିଅର ପାଇ ନ ଥିବାରୁ ମନ୍ଥର ଗତିରେ ଆସିଥିଲା l ମାତ୍ର ସେଥିରେ ଥିବା ଗାଡି ଚାଳକ ଅସାବଧାନତା ହେତୁ ଟ୍ରେନଟିକୁ ସୋର ଷ୍ଟେସନ ପରିଧି ଭିତରେ ନ ରଖି ଆଗକୁ ଗଡା଼ଇ ଚାଲିଥିଲେ l ଯାହାଫଳରେ ପୂର୍ବ ଟ୍ରେନକୁ ମିଳିଥିବା ସିଗନାଲଟି ରେଡ ଲାଇଟ ସଂକେତ ଦେଇଥିଲା l ଫଳରେ ହାଓଡା ଜନ ଶତାଦ୍ଦି ସୋର ଷ୍ଟେସନ ଛିଡ଼ା କରାଇ ଶତାଦ୍ଦି ଏକ୍ସପ୍ରେସ କୁ ମାର୍କୋଣା ଷ୍ଟେସନରେ ଛିଡ଼ା କରାଇଥିଲେ l ଗାଡି ଚାଳକର ଅସାବଧାନତା ହେତୁ ଦୁର୍ଘଟଣା ଘଟିବା ଆଗରୁ ଦୁର୍ଘଟଣା ଟଳିଯାଇଛି l ମାର୍କୋଣା ଷ୍ଟେସନରେ ଦକ୍ଷିଣ ପୂର୍ବ ରେଳ ଅଧିକାରୀଙ୍କ ପକ୍ଷରୁ ଗାଡି ଚାଳକ, ଅତିରିକ୍ତ ଗାଡି ଚାଳକ ଓ ଗାର୍ଡ ସମେତ ତିନି ଜଣଙ୍କୁ ଗାଡ଼ିରୁ ଅପସାରଣ କରାଯାଇ ତାଙ୍କ ଅନ୍ୟ ଗାଡି ଚାଳକ ଓ ଗାର୍ଡ ଙ୍କୁ ନିଯୁକ୍ତି ଦିଆଯାଇ ଗାଡି ନିର୍ଦ୍ଧିଷ୍ଟ ସମୟ ଠାରୁ ଦେଡ଼ଘଣ୍ଟା ବିଳମ୍ବରେ ମାର୍କୋଣା ରେଳ ଷ୍ଟେସନରୁ ଛାଡିଥିଲା l ଅପରପକ୍ଷେ ଉଚ୍ଚ ପଦାଧିକାରୀ ଘଟଣା ସ୍ଥଳ ତଥା ମାର୍କୋଣା ରେଳ ଷ୍ଟେସନରେ ପହଁଞ୍ଚି ତିନିଜଣ କର୍ମଚାରୀଙ୍କୁ ପଚରା ଉଚୁରା ଜାରୀ ରଖିଥିବା ବେଳେ ଘଟଣାର ତଦନ୍ତ ଜାରୀ ରହିଛି l
