ତ୍ରିଧାରା ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ।
ବ୍ରହ୍ମପୁର- ତ୍ରିଧାରା ସାହିତ୍ୟ ସଂସଦ ର ଚତୁର୍ଥ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇସାରିଛି। ସାହିତ୍ୟ ସର୍ଜନା ହଁ ଆତ୍ମସନ୍ତୁଷ୍ଡ ପ୍ରଦାନ କରିପାରେ। ସାହିତ୍ୟ ହଁ ସବୁ ଶାସ୍ତ୍ରକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରେ। ସାହିତ୍ୟ ହଁ ସମାଜରେ ସାଧାରଣ ମଣିଷ କୁ ପ୍ରତିଷ୍ଠିତ କରିବାପାଇଁ ସହଯୋଗ କରିଥାଏ। ଖବରକାଗଜ ମାଧ୍ୟମରେ ରେ ସମାଜର ସବୁ ବର୍ଗର ଲୋକଙ୍କୁ ଚିହ୍ନଟ କରିବା ସହଜ ହୋଇପାରେ।ତ୍ରିଧାରା ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ କଳିଙ୍ଗ ବିଦ୍ୟାମନ୍ଦିର ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ଉଭୟ ଅଧିବେଶନ ପରିଚାଳନା କରୁଥିଲେ।ପ୍ରଥମ ଅଧିବେଶନ ଉଦଘାଟିନ ଓ କବିତାପାଠରେ ଡକ୍ଟର ଅଶୋକ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇସାରିଛି ଏଥିରେ ସଂସଦର ପ୍ରତିଷ୍ଠାତା ଚନ୍ଦ୍ର ଶେଖର ଦାଶ ଉଦଘାଟକ, ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶ୍ୟାମାପ୍ରସାଦ ମିଶ୍ର ମୁଖ୍ୟ ଅତିଥି, କଣ୍ଠଶିଳ୍ପୀ ଓ ସାହିତ୍ୟିକା ଡକ୍ଟର ରୋଜାଲିନ ସେନାପତି, ଅଧ୍ୟାପିକା ଡକ୍ଟର ମଞ୍ଜୁପ୍ରଭା ଦାସ ଓ ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ।ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ କବିତା ପାଠ କରିଥିଲେ। ଏଥିରେ ପ୍ରତ୍ୟେକ ମାସର ଆଲୋଚକ ମାନଙ୍କୁ ପ୍ରଶଂସା ପତ୍ର ଟ୍ରଫି ପ୍ରଦାନ ଅତିଥି ମାନଙ୍କ ଦ୍ବାରା କରାଯାଇଥିଲା। ଦ୍ବିତୀୟ ଅଧିବେଶନ ଆଲୋଚନା ଚକ୍ର ରେ ସଂସଦର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। ଜ୍ୟୋତି ବିହାର ର ଗଣିତ ବିଭାଗ ପ୍ରଫେସର ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ନିଜର ବକ୍ତବ୍ୟ ରେ ସାଂପ୍ରତିକ କବିତା ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ।ପ୍ରାକ୍ତନ ଅର୍ଥ କମିଟି ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ର ଡକ୍ଟର ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟବକ୍ତା। ନିଜର ବକ୍ତବ୍ୟ ରେ ସାହିତ୍ୟ ର ବିଭିନ୍ନ ବାଦ ଓ ଆଧୁନିକ ସାହିତ୍ୟ ରେ ପ୍ରୟୋଗ ହୋଇଥିବା ଶୈଳୀ ଓ ଶିକ୍ଷାଦାନ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।ଲୋକସେବା ମଣ୍ଡଳର କୋଷାଧ୍ୟକ୍ଷ,ସମ୍ପାଦକ,ମୁଦ୍ରାକର ଓ ପ୍ରକାଶକ ସମାଜ ର ରାଜେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ନିଜର ବକ୍ତବ୍ୟ ରେ ସମାଜ ଦୈନିକ ଖବରକାଗଜ ଓ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଅନେକ କଥା ଉପସ୍ଥାପନା କରିଥିଲେ। ବିଦ୍ୟାଳୟ ପକ୍ଷରୁ ସମ୍ମାନୀତ କରାଯାଇଥିଲା।ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା ସମସ୍ତ ମାନପତ୍ର କୁ ଡକ୍ଟର ରବିନ୍ଦ୍ର କୁମାର ନାୟକ ପାଠ କରିଥିଲେ। ସାରସ୍ବତ ସମ୍ମାନ ୨୦୨୫ବାବା ବୈଦ୍ୟନାଥ ସମ୍ମାନ ପ୍ରଫେସର ଡକ୍ଟର ଅରୁଣ କୁମାର ତ୍ରିପାଠୀ ଗଣିତବିଭାଗ, ଜ୍ୟୋତି ବିହାର,ସମ୍ବଲପୁର।ଭାରତୀ ସମ୍ମାନ ଡକ୍ଟର ପୁଷ୍ପଲତା ସାହୁ
ପ୍ରାକ୍ତନ ଓଡ଼ିଆ ଅଧ୍ୟାପିକା ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଖେମୁଣ୍ଡି ମହାବିଦ୍ୟାଳୟ, ଦିଗପହଣ୍ଡି ତ୍ରିଧାରା ଯୁବ ସମ୍ମାନ ସତ୍ୟନାରାୟଣ ସାହୁ,କବି ଓ ଶିକ୍ଷକ,ଛତ୍ରଙ୍ଗ,ବୈ।ଦ ତ୍ରିଧାରା ସାରସ୍ବତ ସମ୍ମାନ ଚିତ୍ତରଞ୍ଜନ ଦାଶ, ଆଇନଜୀବୀ ଓ ସାହିତ୍ୟିକ ଜିଲ୍ଲା ଦୈ।ରାଜର୍ଜ ଅଦାଲତ,ବୈ।ଦ ଇଂ.ରଜନୀ କାନ୍ତପଣ୍ଡା ସ୍ମୃତି ସମ୍ମାନ ଚିନ୍ମୟ କୁମାର ବେବର୍ତ୍ତା ସମ୍ପାଦକ,ଲୋହରାଖଣ୍ଡୀ ସାହିତ୍ୟ ସଂସଦ ଭଞ୍ଜନଗର, ଗଞ୍ଜାମ ପଦ୍ମଶ୍ରୀ ଭଗଵାନ ସାହୁ ସ୍ମୃତି ସମ୍ମାନପ୍ରଫୁଲ୍ଲ କୁମାର ବେହେରା ନୃତ୍ୟ ଗୁରୁ ନରେନ୍ଦ୍ରପୁର, ଗଞ୍ଜାମ। ତ୍ରିଧାରା ଶିକ୍ଷା ସମ୍ମାନ।ଶ୍ରୀମତୀ ଶର୍ମିଳା ପଟ୍ଟନାୟକପ୍ରଧାନଆଚାର୍ଯ୍ୟା,କଳିଙ୍ଗ ବିଦ୍ୟାମନ୍ଦିର, ବ୍ରହ୍ମପୁର ଓ ସ୍ଵତନ୍ତ୍ର ସମ୍ମାନ ରେ ବନ୍ଦନା ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲ ଏବଂ ବନ୍ଦନା ପଣ୍ଡା ଙ୍କ ଦ୍ଵାରା ଇଂ ରଜନୀ କାନ୍ତ ପଣ୍ଡା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ଡକ୍ଟର ମାୟାଧର ସାହୁଙ୍କ ଅସ୍ଥିର ପୃଥିବୀ, ଡକ୍ଟର ଅରୁଣ କୁମାର ତ୍ରିପାଠୀ ଙ୍କ କାଗଜ ଫୁଲ ର ବାସ୍ନା, ଡକ୍ଟର ବୃଷ କେତୁ ଦାଶଙ୍କ ସ୍ବପ୍ନ,ସତ୍ୟ ଓ ସନ୍ଦେହ, ଡକ୍ଟର ଇଂ ସଞ୍ଜୟ କୁମାର ପଣ୍ଡା ଙ୍କ ଅରୁଣିମା ଏକ ଭାବ ବର୍ଣ୍ଣାଳୀ, ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଓଡ଼ିଆ ବୈଷ୍ଣବ ଭକ୍ତି କାବ୍ୟ, ଗାୟତ୍ରୀ ପାଣିଗ୍ରାହୀ ଙ୍କ ପ୍ରାୟଶ୍ଚିତ, ସରୋଜିନୀ ସାହୁ ଙ୍କ ସୀମାରୁ ସୀମାନ୍ତ ପୁସ୍ତକ ଲୋକାର୍ପଣ ହୋଇଥିଲା।
ପରିଶେଷରେ ବଂଶୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଘ୍ନେଶ୍ୱର ସାହୁ, ମନୋଜ କୁମାର ପାଣିଗ୍ରାହୀ ସଂସଦର ସଦସ୍ୟ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ବିଦ୍ୟାର୍ଥୀ ଆଦି ସହଯୋଗ କରିଥିଲେ ।ଏକଶତରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଯୋଗ ଦାନ କରିଥିଲେ।
