ଏସିଆ କପ୍ ୨୦୨୫: ପାକିସ୍ତାନ କୁ ହରାଇ ନବମ ଥର ଟାଇଟଲ ହାତାଇଲା ଭାରତ।
ଦୁବାଇ: ପହଲଗ୍ରାମ ହତ୍ୟା ର ପ୍ରତିଶୋଧ ପୁଣି ଥରେ ନେଇଛି ଭାରତ । ଏଥର ଗୋଳି ଗୋଳା ରେ ନୁହେଁ ଏଥର କ୍ରିକେଟ ମୈଦାନ ରେ। ଏସିଆ କପ୍ ରେ ଭାରତ ତାର ଚିରପ୍ରତିଦ୍ବନ୍ଦି ପାକିସ୍ତାନ କୁ ଲଜ୍ଜାଜନକ ଭାବେ ପରାସ୍ତ କରି ନବମ ଥର ପାଇଁ ନିଜ ନାମରେ କରିଛି। ଦୁବାଇ ରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲ ମ୍ୟାଚ ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆହାତ କାରଣରୁ ହାର୍ଦିକ ପାଣ୍ଡିଆ ଆଜିକା ମ୍ୟାଚ ରୁ ଦୂରେଇ ରହିଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ତାର ସମସ୍ତ ୱିକେଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପକ୍ଷରୁ ଫରାନ ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥିବା ବେଳେ ଫକର ଜମାନ ୪୬ ରନ୍ କରିଥିଲେ,ଆୟୋବ ୧୪ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ପାକିସ୍ତାନ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ଚାଇନା ମ୍ୟାନ କୁଳଦୀପ ଯାଦବ ୩୦ ରନ୍ ଦେଇ ସର୍ବାଧିକ ୪ ଟି ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ, ଜଶପ୍ରିତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୪୬ ରନ୍ କୁ ପିଛା କରି ଭାରତ ପ୍ରଥମରୁ ବିପର୍ଯ୍ୟୟ ରେ ଶିକାର ହୋଇଥିବା ବେଳେ ତିଳକ ବର୍ମା ଙ୍କ ଧୈର୍ଯ୍ୟ ପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା ୫ , ଗିଲ ୧୨ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିବା ବେଳେ ତିଲକ ୬୯, ସଞ୍ଜୁ ସାମସନ୍ ୨୪ , ଶୁଭମ୍ ଦୁବେ ୩୩ ରନ୍ ସଂଗ୍ରହ କରି ଥିଲେ। ରିଙ୍କୁ ସିଂ ପ୍ରଥମ ଥର ପାଇଁ ଏହି ଏସିଆ କପ୍ ର ଫାଇନାଲ ମ୍ୟାଚ ରେ ଚାନ୍ସ ପାଇଁ ପ୍ରଥମ ବଲ୍ ରେ ଚୈକା ମାରି ଭାରତ କୁ ବିଜୟୀ କରିଥିଲେ । ଭାରତ ଲଗାତାର ୭ଟା ମ୍ୟାଚ ବିଜୟ ସହ ଏହି ଏସିଆ କପ୍ ଚମ୍ପିୟାନ ହେଇଥିଲା। ଆଜି ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ୬୯ ରନ୍ ସଂଗ୍ରହ କରିଥିବା ତିଳକ ବର୍ମା ବିବେଚିତ ହୋଇଥିବା ବେଳେ, ଅଭିଷେକ ଶର୍ମା ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ।
ଏହି କପ୍ ସହ ଭାରତ ଏସିଆ କପ୍ ନବମ ଥର ପାଇଁ ତା ନିଜ ନାମରେ କରିଛି। ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦-୯୧ , ୧୯୯୫, ୨୦୧୦, ୨୦୧୬, ୨୦୧୮, ୨୦୨୩ ଭାରତ ଏସିଆ କପ୍ ଚମ୍ପିୟାନ ହେଇଥିଲା।ଏସିଆ କପ୍ ୨୦୨୫ ପାକିସ୍ତାନ କୁ ହରାଇ ନିଜ ନାମରେ ଏସିଆ କପ୍ କଲା ପରେ ଟ୍ରଫି ନେବାକୁ ମନା କଲା ବିସିସିଆଇ । ପାକିସ୍ତାନ ମେମ୍ବର ଦେଉଥିବାରୁ ମନା କଲା ଭାରତ ।
