
- ମୟୁରଭଞ୍ଜ ଜିଲ୍ଲା ଵହଳଦା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଲକ୍ଷା ଧିକ ଟଙ୍କା ନେଇ ଛୁ କଲେ ଲୁଟେରା
ଵହଳଦା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଦିନ ଦ୍ୱିପ୍ରହର ରେ ଲୁଟ।ଲୁଟିନେଲେ ଲକ୍ଷାଧିକ ଟଙ୍କା ।ସୁଚନା ଅନୁସାରେ ଅନ୍ୟଦିନ ଭଳି ଆଜି ମଧ୍ୟ ଦିବା 11 ଘଟିକା ସମୟରେ ବ୍ୟାଙ୍କ୍ ଖୋଲିବା ପରେ ପ୍ରାୟ 5 ଜଣ ଦୃର୍ବୁତ୍ତ ମୁହଁ ରେ ହେଲମେଟ୍ ଲଗେଇ ବ୍ୟାଙ୍କ୍ ଭିତରକୁ ପଶି ପ୍ରାୟ ଲକ୍ଷାଧିକ ଟଙ୍କା ବନ୍ଧୁକ ମୁନ ରେ ଲୁଟ କରି ଚାଲିଗଲେ। ବ୍ୟାଙ୍କ୍ କର୍ମଚାରୀ କହିବା ଅନୁଯାୟୀ 5 ଜଣ ଦୁର୍ବୃତ ହେଲମେଟ ଲଗେଇ ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଭିତର ପଟୁ ତାଲା ପକାଇ ପ୍ରଥମେ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ବନ୍ଧୁକରେ ମାଡ ମାରି ମୁଣ୍ଡରେ ଆଘାତ ଦେବାସହିଟ ଅନ୍ୟ କର୍ମଚାରିଙ୍କୁ ମଧ୍ୟ। ଲୁହା ରୋଡ ରେ ଆକ୍ରମଣ କରିଥିଲେ।। ଏହି ସମୟ ରେ ବ୍ୟାଙ୍କ୍ ଭିତରେ ପ୍ରାୟ 18 ଜଣ ରୁ ଅଧିକ ଗ୍ରାହକ ଥିଲେ । ତାଙ୍କୁ ମଧ୍ୟ ବନ୍ଧୁକ ମୁନରେ ବନ୍ଦୀ କରି 30 ମିନିଟ ରୁ ରଖିଥିଲେ ଓ ବ୍ୟାଙ୍କ୍ ରୁ ଲକ୍ଷାଧିକ ଟଙ୍କା ଲୁଟ କରି ଚାଲିଗଲେ। ସବୁଠୁ ଆଶ୍ଚର୍ୟ୍ଯ ର କଥା ବ୍ୟାଙ୍କ୍ ଠାରୁ ବହଳଦା ଥାନା ମାତ୍ର 200 ମିଟର ଦୂରରେ ରହିଛି। ବ୍ୟାଙ୍କ ଯୋଉ ଜାଗାରେ ରହିଛି ତାହା ବହଳଦା ର୍ ବଜାର ଅଞ୍ଚଳ ଓ ଜନ ଗହଳି ପୂର୍ଣ୍ଣ।ତେବେ ଲୁଟ ବିସୟରେ ପୋଲିସ ଆଦୌ ଖବର ପାଇ ନ ଥିଲା।ଘଟଣା ସ୍ଥଳରେ ପୋଲିସ ଓ ସାଇନ୍ତିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି।
ମୟୂରଭଞ୍ଜ ରୁ ଶିବ ଶଙ୍କର ମାନ୍ନା ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍