ଅନ୍ତର୍ଦୟ ଘରକୁ ନେଇ ସରକାରୀ ଦଳ ଗୋଟେ ଗୋଷ୍ଟି ଓ ପ୍ରଶାସନ ମଧ୍ୟରେ ତୁମୁଳ କାଣ୍ଡ।
(ଧାମନଗର): ତୁତ ମୁତୁରୀ ମୁଁ ତ ମୁତୁରୀ ହେଁଶ କାହିଁ ପାଇଁ ଧୋଇବା ଆଲୋ ମୁତୁରୀ ହେଂଶ ଘୋଡାଇ ସାଙ୍ଗସୁଙ୍ଗା ହୋଇ ଶୋଇବା ।ଏପରି କହିବାର ଅର୍ଥ ରକ୍ଷକ ଆଉ ଭକ୍ଷକ ଯଦି ଏକ ହୋଇଯିବେ ତେବେ ଏ ସଂସାର ନଷ୍ଟ ହେବା ଥୟ।ସରକାର ଗରିବ, ଭିନ କ୍ଷମ, ବିଧବା, କ୍ୟାନସର ରୋଗୀ ଙ୍କୁ ଅନ୍ତୋର୍ଦୟ ଗୃହ ଯୋଜନା ରେ ଘର ଯୋଗାଇ ଦେବା ପାଇଁ ନିକଟରେ ଘର ଘର ବୁଲି ସର୍ଭେ କରା ଯାଇଥିଲା। ତେବେ ସୂଚନା ମୁତାବକ ବ୍ଲକ କୁ ୨୧୩ ଟି ଅନ୍ତୋର୍ଦୟ ଘର ପ୍ରୋପଜାଲ ଆସିଛି । ବ୍ଲକ ର ୩୧ ପଞ୍ଚାୟତ ରେ ଏପରି ହିତାଧିକାରୀ ଚିହ୍ନଟ କରି ଘର ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ।ତେବେ ପରବର୍ତ୍ତୀ ସମୟରେ ଏହା ଦଳୀୟ ଭିତି ରେ ଘର ବଣ୍ଟନ ହେଉ ଥିବାର ସୂଚନା ମିଳିଥିଲା ।ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦ୍ଦେଶ ଥିଲା ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଘର ପାଇବେ ସେ ଦିଗରେ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିଲେ।ତେବେ ଏହି ନିର୍ଦ୍ଦେଶକୁ ଖୁଲମ୍ ଖୁଲା ଉଲଂଘନ କରା ଯାଇ ଥିଲା ।ଦଳୀୟ ଭିତି ରେ ଶାସକ ଦଳର କିଛି ଆଗୁଆ କର୍ମୀ ନିଜ ଭିତରେ ବସି ପ୍ରକୃତ ହିତାଧିକାରୀଙ୍କୁ ନାମ କୁ ବାଦ୍ ଦେଇ ବିଡ଼ିଓ ଙ୍କୁ ଚିଠା ଦେଇଥିଲେ ତାହାକୁ ବିଡ଼ିଓ ଜିଲ୍ଲା କୁ ପଠାଇଥିଲେ । ତେବେ ଗୁରୁବାର ଦିନ ଧୁଷୁରି ସରପଞ୍ଚ ଅନ୍ତର୍ଯ୍ୟାମୀ ପତି,ଫତେପୁର ସରପଞ୍ଚ ରଞ୍ଜନ ପଣ୍ଡା ଓ ଖପରପଦା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗୟାଧର ନାୟକ ଓ ଅନ୍ୟ କିଛି ପଂଚାୟତ ର କର୍ମୀ ବିଡ଼ିଓ ଙ୍କୁ ଏ ବାବଦରେ ପଚାରି ଥିଲେ ,ମାତ୍ର ବିଡିଓ ସନ୍ତୋଷ ଜନକ ଉତ୍ତର ନଦେଇ ମୁଁ କିଛି ଜାଣି ନାହିଁ ବୋଲି କହିଥିଲେ ।ପରେ ସେମାନେ ଉନ୍ନୟନ ବିଭାଗ ର ବି ପି ସି ପ୍ରଶାନ୍ତ ବାରିକ ଙ୍କୁ ପଚାରି ଥିଲେ ସେ ମଧ୍ୟ ସନ୍ତୋଷ ଜନକ ଉତର ନ ଦେଇ ପାରିବାରୁ ଉଭୟ ଙ୍କ ମଧ୍ୟ ରେ ପାଟି ତୁଣ୍ଡ ସହ ହୋହାଲ୍ଲା ବ୍ଲକ କାର୍ଯ୍ୟଳୟ ମଧ୍ୟ ରେ କିଛି ସମୟ ଚାଲିବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଅଫିସ ର ଲାପଟପ୍ କୁ ମଧ୍ୟ ବାହାର କୁ ନେ ଇ ଆସିଥିଲେ । ପରେ ବିଡ଼ିଓ ଙ୍କ ସହ କର୍ମଚାରି ମାନେ ଉକ୍ତ ଘଟଣାର ଆଲୋଚନା କରିବା ପରେ ବିଡ଼ିଓ ଙ୍କ ସୁପାରିସ କ୍ରମେ ଧାମନଗର ଥାନାରେ ଅଭିଯୋଗ କରା ଯାଇଥିଲା।ଶୁକ୍ରବାର ଦିନ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ବ୍ଲକ ରେ ପହଞ୍ଚି ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତେବେ ଅଭିଯୋଗ ଟି ଠିକ୍ ଭାବରେ ଦିଆଯାଇ ନଥିବାରୁ କେସ ରୁଜୁ ହୋଇ ନାହିଁ ବୋଲି ଥାନା ଅଧିକାରି କହିଥିବାବେଳେ ବିପିସି ଶ୍ରୀ ବାରିକ କହିଛନ୍ତି ଘଟଣା ସମ୍ପର୍କ ରେ ବିଡ଼ିଓ ଙ୍କୁ ଅବଗତ କରାଇ ଥିଲୁ ବିଡ଼ିଓ ଥାନାକୁ ଜଣାଇ ଛନ୍ତି ବୋଲି ସେ କହିଥିଲେ ।ତେବେ ଗରିବ ଲୋକ ଙ୍କ ପାଇଁ ଆସିଥିବା ଘରକୁ ଶାସକ ଦଳର ଦୁଇ ଗୋଷ୍ଟି ମଧ୍ୟରେ ଭିତିରି ବୁଝାବଣା ନଛିଣ୍ଡୁ ଥିବା ବେଳେ ସାଧାରଣ ଲୋକ କି ନ୍ୟାୟ ପାଇବେ।
