ସୁସ୍ଥ ନାରୀ ସଶକ୍ତିକରଣ ପରିବାର ଅଭିଯାନ
ଭବାନୀପାଟଣା, – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଠାରେ ଉପାନ୍ତ ଅଞ୍ଚଳର ମହିଳାମାନଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ବିଜେପିର ସଭାପତି ଯୁଗଳ କିଶୋର ପୋଢଙ୍କ ଅନୁରୋଧ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ଦ୍ୱାରା ଆମପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଜୟନ୍ତି ପାଳନ ଓ ସେବାପକ୍ଷ ପାଳନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମାତୃ ଯୋଜନା ଅଧିନରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ବିଶେଜ୍ଞମାନେ ଯୋଗଦେଇ ୩୫୦ ରୁ ଉର୍ଦ୍ଧ୍ୱ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯୋଗାଇଦିଆ ଯାଇଛି। ଏହି ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିରକୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ଡାକ୍ତର ଓ ଆମପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସମସ୍ତ ରୋଗୀ ମାନଙ୍କୁ ପରୀକ୍ଷା କରି ଔଷଧ ଯୋଗାଇଥିଲେ। ଏହି ଶିବିରକୁ ଆଶା, ସ୍ୱଚ୍ଛସାଥୀ ଏବଂ ଆମ ଜଙ୍ଗଲ ଯୋଜନା ଧର୍ମଗଡ ବନାଞ୍ଚଳର ଟିମ ଲିଡର ଦୁର୍ଗା ପ୍ରସାଦ ମିଶ୍ର, ବିକାଶ କର୍ମୀ ତ୍ରିବିକ୍ରମ ନାଏକ ସହଯୋଗ କରିଥିଲେ।
