ମାଇ ଯୁବ ଭାରତ, କଳାହାଣ୍ଡିରେ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ଜୟନ୍ତୀ ପାଳନ
କଳାହାଣ୍ଡି, : ମାଇ ଭାରତ କଳାହାଣ୍ଡି (ଯୁବ ବ୍ୟାପାର କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର) ଦ୍ୱାରା ଆୟୋଜିତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେରଙ୍କ ନେତୃତ୍ୱରେ କଲେକ୍ଟରେଟ୍ କନଫରେନ୍ସ୍ ହଲରେ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ସହିତ Flagship Scheme Workshop ଆୟୋଜିତ କରାଗଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ଶ୍ରୀ ତନ୍ମୟ ଦରୱାନ୍ (ADM, କଳାହାଣ୍ଡି), ଶ୍ରୀ ଅନିମେଷ ପ୍ରଧାନ (IAS), ଶ୍ରୀ ବିବେକାନନ୍ଦ ମହାନନ୍ଦ (DCO, କଳାହାଣ୍ଡି), ମେଜର ଡା. ଜୟଦେବ ସାହୁ (Deputy Registrar, MMU University, କଳାହାଣ୍ଡି), ଶ୍ରୀ ଅନ୍ଶୁମାନ ବାବୁ (POIC), ଶ୍ରୀ ରୁପସିଂହ ରାଉତ (DPET) ଏବଂ ଶ୍ରୀ ଦିଲୀପ ଦୁବେ ( DPM NHM DHH କଳାହାଣ୍ଡି ) ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଗୌରବାନ୍ବିତ କରିଥିଲେ। ମେଜର ଡା. ଜୟଦେବ ସାହୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କର ଆନ୍ତ୍ୟୋଦୟ ଦର୍ଶନ, ସମାଜ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଅଭିଭାଷଣ ପ୍ରଦାନ କରିଥିଲେ। ସରକାରଙ୍କ Flagship Scheme ବିଷୟରେ ଶ୍ରୀ ଦିଲୀପ ଦୁବେ ଓ ଶ୍ରୀ ବିବେକାନନ୍ଦ ମହାନନ୍ଦ ଆଲୋକପାତ କରିଥିଲେ। ପରିଶେଷରେ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ No Study No Job Organisation ମୁଖ୍ୟ ଶ୍ରୀ ବଣ୍ଟିି ନାଏକ, ପ୍ରକୃତି ବନ୍ଧୁ ଶମ୍ଭୁ ବିଶି, ଚୁଡାମଣି ମାଝି, ରାଜବୀର ବାଗ, ଦୀପକ ବେହେରା, ଅଭିଷେକ ମହାପାତ୍ର, ବନ୍ଦୀନୀ ମାଝି, ପଙ୍କଜିନି ମାଝି, ଭିଷ୍ମ କୁମାରୀ ବାଗ ସହିତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।
