*ପ୍ରଣତି ତାଣ୍ଡି ଓଡ଼ିଶା ଲୋକ ସେବା ଆୟୋଗ ପରୀକ୍ଷା ରେ ୨୮୬ ରେଙ୍କ ରେ ଉତ୍ତୀର୍ଣ୍ଣ, ବିଭିନ୍ନ ମହଲ ରୁ ଶୁଭେଚ୍ଛା**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୱାର୍ଡ ନମ୍ୱର୍ ୧୩ ଦୂରିଆ ପଡ଼ା ପ୍ରଣତି ତାଣ୍ଡି ଓଡ଼ିଶା ଲୋକ ସେବା ଆୟୋଗ ପରୀକ୍ଷା ରେ ୨୮୬ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଣତି ତାଣ୍ଡି , ରିଷଗାଁ ଗ୍ରାମପଞ୍ଚାୟତ ନରସିଂହପୁର ପୈତୃକ ଗ୍ରାମ ହୋଇଥିବା ବେଳେ ସେ ଖଡିଆଳ ସହର ୱାର୍ଡ ନମ୍ୱର୍ ୧୩ ଦୂରିଆ ପଡ଼ା ରେ ତାଙ୍କ ଜନ୍ମ। ତାଙ୍କ ପ୍ରାଥମିକ ଶିକ୍ଷା ଧୋବାପଡ଼ା ପ୍ରକଳ୍ପ ପ୍ରଥମିକ ବିଦ୍ୟାଳୟ ଅଧ୍ୟୟନ କରି ଥିବା ବେଳେ ସରକାରୀ ବାଳିକା ହାଇସ୍କୁଲ, ଭବାନୀପାଟଣା ଗାୟତ୍ରୀ ଠାରେ ଯୁକ୍ତ ଦୁଇ ବିଜ୍ଞାନ ଅଧ୍ୟୟନ ପରେ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜ୍ଞାନ ସ୍ନାତକ ପଢି ଥିଲେ। ବର୍ତ୍ତମାନ ଭାଲେଶ୍ଵର ଆଶ୍ରମ ବିଦ୍ୟାଳୟ ରେ କିରାଣୀ ରୂପେ କାର୍ଯ୍ୟରତ ଥିଲେ। ମାଁ ଜ୍ୟୋତ୍ସ୍ନା ରାଣୀ ତାଣ୍ଡି ଏବଂ ବାପା ମେରେ ଲାଲ ତାଣ୍ଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ପ୍ରଣତି ତାଣ୍ଡି ରେଙ୍କ ୨୮୬ ହୋଇଅଛି।
