**ସରକାରୀ ବିଦ୍ୟାଳୟରେ ସମ୍ବିଧାନ ପଢେଇବା ପାଇଁ ଅଲ୍ *ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀ।*
ଭାରତ ଗୋଟିଏ ଧର୍ମ ନିରପେକ୍ଷ* ରାଷ୍ଟ୍ର ଏଥିରେ ବିଭିନ୍ନ ଜାତି ଧର୍ମର ଲୋକ ବସବାସ କରୁଛନ୍ତି,, ଦେଶ ସମ୍ବିଧାନ ଦ୍ଵାରା ପରିଚାଳିତ ହେଉଛି,, ସମ୍ବିଧାନ ଯାହା କହୁଛି ସମ୍ବିଧାନ ଅନୁଛେଦ ୨୮ ଅନୁସାରେ ସରକାର କୌଣସି ଗୋଟିଏ ଧର୍ମ କୁ ପ୍ରୋତ୍ସାହନ ଦେଇ ପାରିବେ ନାହିଁ,,, ଅନୁଛେଦ ୫୧ H ଅନୁସାରେ କୌଣସି ଶିକ୍ଷା ଅନୁଷ୍ଠାନରେ ବୈଜ୍ଞାନିକ ସତ୍ୟତା ଅଧାର ଜ୍ଞାନ ଛଡ଼ା ଅଲଗା ଅନ୍ଧବିଶ୍ବାସ ଶିକ୍ଷା ଦେଇ ପାରିବ ନାହିଁ,,ଅନୁଛେଦ ୧୪ ଅସମାନତା କୁ ପ୍ରୋତ୍ସାହନ ଦେଇ ପାରିବ ନାହିଁ,, ଅନୁଛେଦ ୧୫ ଭେଦଭାବ କରିପାରିବ ନାହିଁ,, ଏଣୁ ଓଡ଼ିଶା ସରକାରର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ମନ୍ତବ୍ୟ ସବୁ ବିଦ୍ୟାଳୟରେ ଗୀତ ଶୋଳକ ପାଠ ପଢ଼ାଯିବ ସମ୍ବିଧାନ ବିରୋଧୀ ନିଷ୍ପତ୍ତି,,,,, ଜାତି ଧର୍ମ ଉର୍ଦ୍ଧ୍ଵରେ ଭାଇଚାରାର ରାଜ୍ଯ ଓଡିଶାରେ ଏହିଭଳି ନିଷ୍ପତ୍ତି ନ ନେବା ସହ ଓଡ଼ିଶାର ସବୁ ସରକାରୀ ବିଦ୍ୟାଳୟର ପାଠ୍ୟକ୍ରମରେ ସମ୍ବିଧାନ ପଢିବା ପାଇଁ ସରକାର ନିଷ୍ପତ୍ତି ନେଲେ ସମସ୍ତେ ନିଜର ନାଗରିକ ଅଧିକାର ଓ କର୍ତ୍ତବ୍ୟ ଦାୟିତ୍ବ ବିଷୟରେ ସଚେତନ ହେବେ,, ଏହି ଦାବି ସରକାରକୁ ଜଣାଇବା ପାଇଁ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଆଜି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି।
