ଅବହେଳିତ ଢୋକ୍ରା କାରିଗର ।
ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତ ନବଜୀବନପୁର (ପାତ୍ରଭାଗ) ଗ୍ରାମରେ ଜୁଆଙ୍ଗ ଆଦିବାସୀ ଜନଜାତି ପରିବାର ଏହାକୁ ଜୀବନ ଏବଂ ଜୀବିକା ମାଧ୍ୟମ କରିଛନ୍ତି । ରାଜ୍ୟ ତଥା ଦେଶ ବାହାରେ ଏହାର ଚାହିଦା ରହିଥିଲେ ମଧ୍ୟ ଏବେ ଅବହେଳିତ ଭାବରେ ରହିଛନ୍ତି । ଏହି କାରିଗର ମାନଙ୍କୁ ମିଳୁନି ପ୍ରୋତ୍ସାହନ ବୁଡି ଯିବାକି ଏହି କୌଳିକ ବୃତ୍ତି ? ଏହି ଗାଁର କାରିଗର ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ କରିଛନ୍ତି । ଢୋକ୍ରାରେ ମାଣ,ହାତୀ,ଘଣ୍ଟି,ମାଛ,କୁମ୍ପି,ଦୀପ,ଡିବି,କଇଁଛ,ଲକ୍ଷ୍ମୀନାରାୟଣ ମୂର୍ତ୍ତୀ ଇତ୍ୟାଦି ତିଆରି କରିବା ସହ ରୋଜଗାରର ପ୍ରମୁଖ ମଧ୍ୟମ କରିଛନ୍ତି ଏହି କାରିଗରମାନେ । ଦିନକୁ ଦିନ ଦର ଦାମ ବୃଦ୍ଧି ପାଉଥିବା ବେଳେ ଢୋକ୍ରାର ବିଭିନ୍ନ ସାମଗ୍ରୀ ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି । ପ୍ରୋତ୍ସାହନ ଅଭାବରୁ କାରିଗର ଦାଦନ ମୁହାଁ ହେଉଛନ୍ତି । ଘରର ପୁରୁଷଙ୍କ ସହିତ ମହିଳା ଏବଂ ପିଲାମାନେ ଏହି କଳାକୃତି ତିଆରିରେ ଲାଗି ପଡିଛନ୍ତି । ଏହି କାରିଗର ଓ କଳାକୃତି ପାଇଁ ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳୁନି । ସେଥିପାଇଁ କାରିଗରମାନେ ସରକାରୀ ସୁବିଧାରୁ ବଞ୍ଚିତ ହୋଉଛନ୍ତି । ଯଦି ସରକାରଙ୍କ ମଧ୍ୟରୁ ଏହି କଳାର ଉନ୍ନତୀ ପାଇଁ ଗୁରୁତ୍ବ ଦିଆ ଗଲେ,ଅନେକ କରିଗରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତୀ ଆସିପାରନ୍ତା । ଏହି ଅବହେଳିତ ଢୋକ୍ରା କାରିଗରମାନଙ୍କ ପାଇଁ କେବେ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
