ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ ।
ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଅଉଖମା ଗାଁ ଓ ଓଡ଼ାପଡ଼ା ବ୍ଳକ ଇନ୍ଦୁପୁର ଗାଁ ଏବଂ ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଗାଁରେ ଦିନେ ଏଠି ୨୦୦ରୁ ଅଧିକ କଂସାରୀ ଶାଳ ଏଠିଥିଲା । ପ୍ରତ୍ୟେକ ଶାଳରେ ୫ରୁ ଅଧିକ କାରିଗର ମେଳିହୋଇ କଂସା ବାସନ ତିଆରି କରୁଥିଲେ । ଗାଁରେ ପଶିଲେ ଆଉ ସୁଭିବାକୁ ମିଳୁନି କାରିଗରଙ୍କ ଢ଼ାଇଁ ଢାଇଁର ଶବ୍ଦ । କଞ୍ଚାମାଲ ଅଭାବ ଯୋଗୁଁ ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବୀ । ୧୯୫୩ ମସିହା ଅଗଷ୍ଟ ୧ ତାରିଖରେ କଂସା ବାସନ ସମବାୟ ସମିତି ଓ ପରେ ୧୯୭୫ ମସିହାରେ ନୂଆ ଭୁବନ କଂସା ପିତ୍ତଳ ସୋସାଇଟି ଗଠନ ହୋଇଥିଲା । ପରେ ପରେ କଂସା ବାସନ ବିକ୍ରୀ କରିବାରେ ସୁଧାର ଆସିଥିଲା । ସୁଦୂର କୋଲକତା ଓଡ଼ିଶାର ବାଳକାଟି,କଣ୍ଟିଲୋ,ଭଟିମୁଣ୍ଡା ଓ କବାଟବନ୍ଧ ଆଦି ସ୍ଥାନରୁ କଞ୍ଚାମାଲ ଆସୁଥିବା ବେଳେ ସମବାୟ ସମିତି ଓ ସୋସାଇଟିରୁ ମଧ୍ୟ କିଛିଟା ମାତ୍ରାରେ କଞ୍ଚାମାଲ ମିଲିଯିବାରୁ ଏହି ଶିଳ୍ପରେ କୌଣସି ସମସ୍ୟା ନଥିଲା । ହେଲେ ଧିରେ ଧିରେ ସେମାନଙ୍କ ସ୍ଥିତି ବଦଳି ଗଲା । ଏବେ କାରିଗରଙ୍କ ଢାଇଁ ଢାଇଁ ଶବ୍ଦଶୁଣା ଯାଉନି କି ଆଗଭଳି କଂସା ବାସନ ତିଆରି ହେଉନି ।୧୯୮୭ମସିହା ଘରପୋଡ଼ି ପରେ ପାଖା ପାଖି ୮୦ଟି କଂସାରୀ ଶାଳ ବନ୍ଦହେବା ସହ ଧୀରେ ଧୀରେ ଚାଇନା ପ୍ଲେଟ,ଫାଇବର ଓ ଷ୍ଟିଲ ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ପାଲଟିଲା । ସମବାୟ ସମିତି ଓ ସୋସାଇଟି ମଧ୍ୟ ସମାନୁକ୍ରମେ ବନ୍ଦ ହୋଇଗଲା । ଫଳରେ ନିଆଁ ସହିତ ଖେଳକରି ଅତି ଯତ୍ନରେ ପ୍ରସ୍ତୁତ କରୁଥିବା କଂସା ବାସନ ଗୁଡ଼ିକୁ ବିକ୍ରୀ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜିଲା । ଧିରେ ଧିରେ କଞ୍ଚା ମାଲ ଅଭାବ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ପାଲଟିଲା । ଭୁବନ ଅଞ୍ଚଳରେ ୨୦୦ରୁ ଉର୍ଦ୍ଧ ଶାଳରେ କଂସା ବାସନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ୫ରୁ ୬ଟି ଶାଳରେ ଦୁଃଖ କଷ୍ଟରେ କାରିଗରମାନେ କାମ କରୁଛନ୍ତି । ଭୁବନ କଂସା ବାସନ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ଯାଉଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ,ଏହାକୁ ବୃଦ୍ଧିକରି ହେବବୋଲି କାରିଗରମାନେ କହିଛନ୍ତି । ତେବେ ସମୟକୁ ଅପେକ୍ଷା ରହିଲା କେତେ ଶିଘ୍ର ଏ କଂସା ବାସନ ଶିଳ୍ପସୁସ୍ଥ ହୋଇ ପାରୁଛି ଓ ପୂର୍ବ ଭଳି କଂସା ବାସନ ଶିଳ୍ପ ସୁସ୍ଥ ରହିପାରୁଛି ତାହା ଦେଖିବାକୁ ବାକି ରହିଲା ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
