ଜିରିଡାମାଳିରେ ଗର୍ଭବତୀଙ୍କୁ ତାରିଖରେ ଟିକା ମିଳୁନି,
(ଦାୟିତ୍ବରେ ଅବହେଳା ଅଭିଯୋଗ)
କାମାକ୍ଷାନଗର-
ଡାକ୍ତରଖାନାରେ ଟିକା ଥିଲା, ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଅଙ୍ଗନବାଡି ଶିଶୁମାନେ ଅପେକ୍ଷା କରିଥିଲେ । ଆସିଲେନି ଏଏନଏମ୍ ଦିଦି କିମ୍ବା କଲେନାହିଁ ଟିକାକରଣ । ସେପଟେମ୍ବର ୨୪ ତାରିଖରେ ଟିକାକରଣ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏଏନଏମ୍ ଦିଦି ସେଣ୍ଟରକୁ ଆସିଲେ ନାହିଁ, କିମ୍ବା କାହାକୁ ଟିକା ଦେଲେନାହିଁ । ହଠାତ୍ ୨୫ ତାରିଖ ଦିନ ସମସ୍ତ ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଡକାଇ ପଠାଇ ଟିକା ଦେଇଛନ୍ତି, କାନପୁରା ଏଏନଏମ୍ ଦିଦି । ହଠାତ୍ ୧୧ ଜଣ ଗର୍ଭବତୀଙ୍କୁ ଡାକି ଟିକା ଦିଆଯାଇଥିବା ସୂଚନା ମିଳିଛି । ନିୟମ ଅନୁସାରେ ଜିରିଡାମାଳିରେ ୪ଟି ଅଙ୍ଗନବାଡି କେନ୍ଦ୍ରରେ ବୁଧବାର ଟିକାକରଣ ତାରିଖ କରିବାର ଥିଲା । ସକାଳ ୮ଟାରୁ ଅପରାହ୍ନ ମଧ୍ୟରେ ଟିକାକରଣ ସମୟ ଗଡିଗଲା, ଏଏନଏମ୍ ଦିଦି ଆସିଲେ ନାହିଁ କି ଟୀକା ଦେଲେନାହିଁ । ଗର୍ଭବତୀ ମହିଳା ଟିଟାନସ ଓ ଅଙ୍ଗନବାଡି ପିଲାଙ୍କୁ ବସିଜି,ଡିପିଟି ଓ ମିଳିମିଳା ପରି ଜରୁରୀ ଟିକା ଦେବାର ଥିଲା। ନିର୍ଧାରିତ ତାରିଖ ଓ ସମୟ ଟିକାଦାନ କ୍ଷେତ୍ରରେ ବେଶ୍ ଗୁରୁତ୍ବ ବହନ କରୁଛି । ଏନେଇ ଢେଙ୍କାନାଳ ସିଡିଏମଓ, ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଶ୍ୟକେନ୍ଦ୍ର ମୁଖ୍ୟ ତଥା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ମୁଖ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା । । ଏନେଇ ଖୋଳତାଡ ପରେ ହଠାତ୍ ଏଏନଏମ୍ ଦିଦି ଗୁରୁବାର ଟିକା ତାରିଖ ନଥାଇ ଗର୍ଭବତୀ ମହିଳା ଓ ଅଙ୍ଗନବାଡି ଶିଶୁଙ୍କୁ ଟିକାକରଣ କରିଛନ୍ତି । ପ୍ରଶ୍ନ ଉଠୁଛି ଗର୍ଭବତୀ ମହିଳାଙ୍କ ଟିକାଦାନର ସମୟ ନିର୍ଦ୍ଦିଷ୍ଟ, ଛୋଟ ଛୋଟ ଶିଶୁ ଙ୍କ ଟିକାଦାନ ଗୁଡିକ ନିର୍ଦ୍ଦିଷ୍ଟ ତାରିଖ ଓ ବ୍ୟବଧାନରେ ସ୍ଥିର ହୋଇଥାଏ । ସାରା ରାଜ୍ୟରେ ଟିକାକରଣ ତାରିଖ ପୂର୍ବରୁ ସ୍ଥିର ହୋଇଥାଏ । ହେଲେ କାହା ନିର୍ଦ୍ଦେଶରେ ନିଜ ମନଇଚ୍ଛା କାନପୁରା ଏଏନଏମ୍ ଦିଦି ଏପରି ଟିକା ତାରିଖକୁ ଗଡାଉଛନ୍ତି ସେ ନେଇ ପ୍ରଶ୍ନ ଉଠୁଛି । ଏପରି ବିଳମ୍ବିତ ଟିକାଦାନରେ ଗର୍ଭବତୀଙ୍କର କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି । ବୁଧବାର ଅଁଳାବେରେଣୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସଫେଇ ଦେଇଥିଲେ କି ରାଷ୍ଟୀୟ ସ୍ତରୀୟ ଭିସି ଥିବାରୁ ଟିକା ତାରିଖ ଘୁଞ୍ଚେଇ ଛନ୍ତି। ତେଣୁ ବିଳମ୍ବିତ ଟିକାକରଣ ନେଇ ତାହା ସନ୍ଦେହ ସୃଷ୍ଟି କରିଛି । ତେବେ ନିର୍ଦ୍ଧାରିତ ତାରିଖରେ ଗର୍ଭବତୀ ଓ ଶିଶୁଙ୍କର ଟିକାକରଣ କରିବା ନେଇ ଜିରିଡାମାଳିର ବୁଦ୍ଧିଜୀବୀ ଦାବି କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
