ଶ୍ରୀ ଶ୍ରୀ ସ୍ଵପ୍ନେଶ୍ବର ମହାଦେବଙ୍କ ମନ୍ଦିର ପରିସରରେ ଥିବା ମା ପାର୍ବତୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା ।
(୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ମା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି )
ସ୍ଥାନ ଢେଙ୍କାନାଳ
ଅନନ୍ତକୋଟି ବ୍ରହ୍ମାଣ୍ଡକୁ ଧାରଣ କରିଥିବା ହେ ପରମ ଚିନ୍ମୟୀ ଜଗଦ୍ଧାତ୍ରୀ,ହେ ମଙ୍ଗଳମୟୀ ଭଗବତୀ,ସକଳ ପ୍ରକାରର ମନସ୍କାମନା ପୂର୍ଣ୍ଣ କରୁଥିବା ହେ ମାଁ ପରାଶକ୍ତି ଦୁର୍ଗେ,ହେ ଆଦିପରାଶକ୍ତି ଜଗନ୍ମାତେ,ହେ ମଙ୍ଗଳମୟୀ,ହେ ବିଶ୍ବବ୍ୟାପିନୀ,ହେ ଜଗତଜନନୀ ଜଗଦ୍ଧାତ୍ରୀ ଶିବା ଦେବୀ ମା ପାର୍ବତୀ ଆପଣଙ୍କ ଚରଣାଶ୍ରିତ ଏ ସମ୍ପୁର୍ଣ୍ଣ ଜୀବଜଗତ ଓ ପ୍ରାଣୀ ଜଗତ ।
ଆରମ୍ଭ ହୋଇସାରିଛି ପାର୍ବଣର ଋତୁ ଓ ମା’ ଙ୍କ ଷୋଡଷ ଦିନାତ୍ମକ ପୂଜା।ଧରାବତରଣ କରିସାରିଛନ୍ତି ଜଗତଜନନୀ ମା ,କାରଣ ଯୁଗେ ଯୁଗେ ଜନନୀ ।ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ।ମା’ ଜଗତଜନୀ ଏହି ମାତୃଶକ୍ତିର ପ୍ରତୀକ।ବିଶ୍ୱର କଲ୍ୟାଣମୟୀ ସେ।ଜଗତଜନନୀ ମାଆ ପାର୍ବତୀ ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି,ଜଗତଜନନୀ,ସିଂହବାହିନୀ,ଶକ୍ତିପ୍ରଦାୟିନୀ,ବୁଦ୍ଧି,ନିଦ୍ରା,ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା,ଭ୍ରାନ୍ତି ରୂପରେ ସେ ସଂସ୍ଥିତା। ମାଁ ଆଦିପରାଶକ୍ତି କେବେ ଭେଦଭାବ କରନ୍ତି ନାହିଁ।ସେ ଜାତିଗୋତ୍ର/ବର୍ଣ୍ଣ ଦେଖନ୍ତି ନାହିଁ କେବଳ ଭକ୍ତର ଭକ୍ତି ସାଧନାକୁ ଦେଖିଥାଆନ୍ତି।
ଶିଵୁଳାଗଡରେ ମା ପାର୍ବତୀଙ୍କ ପୀଠରେ ଲୋକାରଣ୍ୟ, ରିତିନିତୀ ଅନୁଯାୟୀ ଚାଲିଛି ଯଜ୍ଞ ଓ ପୂଜାର୍ଚ୍ଚନା।
ଏହି ପୀଠରେ ଷୋଡଷ ଦିନାତ୍ମକ ଵ୍ରତ ପାଳନ ସମୟରେ ବ୍ରତୀ ମାନେ ଏହି ନିୟମ ପାଳନ କରିଥାନ୍ତି ଯଥା ମିଛ କୁହନ୍ତି ନାହିଁ,ବେଶିକଥା କୁହନ୍ତି ନାହିଁ,ଯଥା ସମ୍ଭବ ମୌନ ରହିବାକୁ ଚେଷ୍ଟା କରନ୍ତି,ନାରୀଙ୍କ ଅପମାନ କରନ୍ତି ନାହିଁ,ଅପରିଷ୍କାର ସ୍ଥାନକୁ ଯାଆନ୍ତି ନାହିଁ,ଦିନରେ ଶୁଅନ୍ତି ନାହିଁ,ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ତ୍ୟାଗ କରନ୍ତି,ଅପରିଷ୍କାର ବସ୍ତ୍ର ପିନ୍ଧନ୍ତି ନାହିଁ,କଳାବସ୍ତ୍ର ପିନ୍ଧନ୍ତି ନାହିଁ,ଆମିଷ-ପିଆଜ-ରସୁଣ-ପୋଡାପୋଡି ଖାଦ୍ୟ ଖାଆନ୍ତି ନାହିଁ,ଅତ୍ୟଧିକ ତେଲମସଲା,ଉଷୁନା ଭାତ,ବାସିଖାଦ୍ୟ,ପରଘର ଖାଦ୍ୟ,ଅଗାଧୁଆରେ ତିଆରି ଖାଦ୍ୟ,ଅନ୍ନ ଓ ରୁଟି ଖାଆନ୍ତି ନାହିଁ,ବ୍ରାହ୍ମଣ ନିନ୍ଦା କରନ୍ତି ନାହିଁ,ଗୋଟିଏ ସମୟ ଫଳାହାର କିମ୍ବା ଶାଗୁଦାନା,କ୍ଷୀର,ଦହି ଖାଇ ଵ୍ରତ ପାଳନ କରନ୍ତି ।ମଦ୍ୟପାନ ଓ ନିଶା ସେବନ କରନ୍ତି ନାହିଁ। ଷୋହଳ ଦିନ ଯାକ ଚୁଟି,ନିଶ,ଦାଢି କାଟନ୍ତି ନାହିଁ।ସ୍ତ୍ରୀ/ପୁରୁଷ ସହବାସ କରନ୍ତି ନାହିଁ ନଚେତ୍ ବ୍ରତ ଖଣ୍ଡିତ ହୋଇଥାଏ।ଯେତେ ସମ୍ଭବ ଦାନ ଦକ୍ଷିଣା ଦିଅନ୍ତି,ଗୃହକୁ ଅତିଥି ଆସିଲେ ତାଙ୍କର ଚର୍ଚ୍ଚା କରନ୍ତି। ଦଶ ବର୍ଷ ବୟସରୁ ଉଣା ବୟସର ୧୬ଜଣ କୁମାରୀଙ୍କୁ ଦୁର୍ଗାଙ୍କ ଷୋହଳ ଗୋଟି ସ୍ଵରୂପକୁ କଳ୍ପନା କରି ପୂଜା କରନ୍ତି ଏବଂ ସହ ଭୋଜନ ଦିଅନ୍ତି।ଏହା ଦ୍ବାରା ଷୋଡ଼ଷ ଦିନାତ୍ମକ ବ୍ରତ ପାଳନର ଅଶେଷ ଲାଭ ମିଳିଥାଏ। ତତ୍ ସହିତ ମନ୍ଦିର ପଛପଟଦେଇ ବହି ଯାଉଥିବା ପାହାଡି କନ୍ୟା ଵେତାଳୀ ଉପ-ନଦୀ କୁ ବ୍ରତୀ ମାନେ ଦୀପ ପ୍ରଜ୍ବଳନ କରି ବନ୍ଦାପନା କରିବା ସହିତ ସାଧାରଣ ଭକ୍ତ ମାନେ ମଧ୍ୟ ପୂଜାର୍ଚ୍ଚନା କରନ୍ତି ଏହାଦ୍ଵାରା ସମସ୍ତ ପ୍ରକାରର ଗ୍ରହଦୋଷ ଖଣ୍ଡନ ହୋଇଥାଏ ବୋଲି ପାରମ୍ପରିକ ମାନ୍ୟତା ରହିଛି ।
ଏକ ଆଧ୍ୟାତ୍ମିକମୟ ପରିବେଶ ଭିତରେ ଭକ୍ତ ମାନେ ମା ଙ୍କ ଦିବ୍ୟ ସ୍ଵରୂପ ଦର୍ଶନ ସାଙ୍ଗକୁ ହରିନାମ ସଂକୀର୍ତ୍ତନ ଭଜନ ଓ ସାମୁହିକ ପ୍ରସାଦ ସେବନ କରି କୋଟି ଜନ୍ମର ପୂନ୍ୟ ଅର୍ଜନ କରିବାର ଦୃଶ୍ୟ ବେଶ୍ ଭାଵ ଉଦ୍ରେକକାରୀ ଦେଖିବାକୁ ମିଳିଛି
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
