*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠ ଦିବସ ରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ଡ଼ ରାମଚନ୍ଦ୍ର ମିଶ୍ର ,ସମ୍ମାନିତ ଅତିଥି ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ପରୀକ୍ଷା ନିୟନ୍ତ୍ରକ ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ମାଆ ମାଣୀକେଶ୍ୱରୀ ବିଶ୍ୱବିଦ୍ୟାଳୟ ଜିଲ୍ଲା ଜାତୀୟ ସେବା ଯୋଜନା ପ୍ରତିନିଧି ଅଧ୍ୟାପିକା ପ୍ରଣତୀ ପଣ୍ଡା, ଅଧ୍ୟାପିକା ନିବେଦିତା ଆଚାରି, ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ (ଯୁକ୍ତ ତିନି) ଡ଼ ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ଜିତେନ୍ଦ୍ର ହରପାଲ, ଅଧ୍ୟାପକ ରାମ ପୋମାର, ଅଧ୍ୟାପକ ମହାଦେବ ଭୋଇ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇ ଜାତୀୟ ସେବା ଯୋଜନାର ଜନ୍ମ, ଗୁରୁତ୍ୱ, ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ଉକ୍ତ ପରିପ୍ରେକ୍ଷୀରେ ମେଜର ଡ଼ ରାମଚନ୍ଦ୍ର ମିଶ୍ର ଙ୍କୁ ଉଲ୍ଲେଖନୀୟ
ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ଛାତ୍ର ସୁବାସ ଚନ୍ଦ୍ର ବାଗ ଜାତୀୟ ସେବା ଯୋଜନା ଭିତ୍ତିକ ସଙ୍ଗୀତ ଗାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।
