*ବିଶ୍ୱ ଫାର୍ମାସି ଦିବସ ପାଳିତ*
ନୂଆପଡା ( ମିଖାଏଳ ନନ୍ଦ )
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର,ଜିଲ୍ଲା ସ୍ଥିତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଅଛି।
ଫାର୍ମାସି ସଂଘ, ନୂଆପଡ଼ା ଶାଖାର ଅଧ୍ୟକ୍ଷ ସ୍ମତି ବିନ୍ଦୁ ରାଜ, ସଚିବ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ, ଉପାଧ୍ୟକ୍ଷ ଶ୍ରୀ ସମୀର କୁମାର ପାଣିଗ୍ରାହୀ ଓ ସମସ୍ତ ଫାର୍ମାସି ଅଧିକାରୀମାନେ ନିଜ ଉଚ୍ଚ ଅଧିକାରୀମାନଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସହଭାଗୀ ହୋଇଥିଲେ।
ବିରୋମାଲ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସି ଅଧିକାରୀ କେଶବ କୁମାର ସାହୁଙ୍କ ପରିଚାଳନାରେ, ଆୟୁଷ ଚିକିତ୍ସକ ଡା. ଶୈଳେଶ କୁମାର ଦେବାଙ୍ଗନ ଓ ସମସ୍ତ କର୍ମଚାରୀଙ୍କ ଯୋଗ ଦେଇ ଦିବସ ପାଳନ ହୋଇଅଛି।କେକ୍ କରିବା ସହ ବୃକ୍ଷ ରୋପଣ “ଏକ ପେଡ଼ ମା’ କି ନାମ” ସ୍ଲୋଗାନରେ ପରିବେଶ ସୁରକ୍ଷାର ସନ୍ଦେଶ ଦେଇଥିଲେ।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ କନକ ସିଂ ବର୍ଦ୍ଧନ ଓ ମନ୍ତ୍ରୀ ମୁକେଶ ମହାଳିଙ୍ଗ ନିଜ ସୋସିଆଲ ମାଧ୍ୟମ ରେ ଧନ୍ୟବାଦ ଜଣାଇଛନ୍ତି।
