ଲକ୍ଷାଧିକ ଟଙ୍କାର ବାଣ ତିଆରୀ ସାମଗ୍ରୀ ଓ ବାଣ ଜବତ ଜଣେ ଗିରଫ
ଡେଲାଙ୍ଗ – ପିପିଲି ଥାନ ପୋଲିସ ଲକ୍ଷାଧିକ ଟଙ୍କା ର ବାଣ ତିଆରୀ ସାମଗ୍ରୀ ସହିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏନେଇ ଜଣକୁ ଗିରଫ କରାଯାଇଥିବା ବେଳେ ସେ ହେଉଛନ୍ତି ଜୟପୁର ଶାସନ ଗ୍ରାମର ରବି ସାହୁ (୬୫) ।ମିଳିଥିବା ସୁଚନା ମୁତାବକ ପିପିଲି ଥାନା ଏସଆଇ ସୁରମା ସ୍ବାଇଁ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜୟପୁର ଶାସନ ଗ୍ରାମରେ ବେଆଇନ ବାଣ ତିଆରୀ ହେବା ସହ ବିକ୍ରି କରାଯାଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ। ଶ୍ରୀମତୀ ସ୍ବାଇଁ ସଦଳବଳ ଘଟଣାସ୍ଥଳରେ ପହଂଚି ବେଆଇନ ବାଣ ଗଛିତ ଥିବା ସ୍ଥାନ ଉପରେ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ବାଣ ସହ ବାଣ ତିଆରୀ ସାମଗ୍ରୀ ଜବତ କରିଥିଲେ। ଯାହାର ମୁଲ୍ଯ ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି ।ଜବତ ସାମଗ୍ରୀ ଭିତରେ ସର୍ଟ ବକ୍ସ ୧୨ ପ୍ଯାକଟ, ଗନ ପାଉଡର ୮୮କେଜି, ଚାରକର୍ଲ ପାଉଡର ୩୦କେଜି, ବ୍ଲାକ ଗନ ପାଉଡର,ତାଳପତ୍ର, କାଠକାଠୀ, କାଗଜନଳୀ, ପେପରଷ୍ଟିକ, ପେପରଷ୍ଟାଣ୍ଡ, ବମବାଣ ,ମାଟିଘଡି , ଓଜନ ମାପ ମେସିନ,ସୁତୁଲି ପ୍ରଭୁତୀ ସାମଗ୍ରୀକୁ ପୋଲିସ ଜବତ କରିଛି। ଏନେଇ ପିପିଲି ଥାନାରେ ୫୮୯|୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୁଚନା ଦେଇଛନ୍ତି।
