*ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଲ୍ପରେ ଜାଲ ବିସ୍ଥାପିତଙ୍କ ନା ରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣ ହୋଇଥିବା ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ ବିସ୍ଥାପିତଙ୍କ ନାଁରେ ଥଇଥାନ କେଲେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ୪୫ ଜଣ ମିଥ୍ୟା ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିଲା । ଏହି ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାର ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ପୂନର୍ବାସ ଓ ଥଇଥାନ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି ।୨୦୨୦ରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ କୋମନା ବ୍ଳକ ର ବେଲଗାଁ, ହରିପୁର, ଲମ୍ବିପାଣି, କାଳିମାଟି, ରଜନା ଓ ବୋଡେନ ବ୍ଳକ ଦରଗାଁର ୪୫ ଜଣ ଜାଲ ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ନୂଆପଡା ଜିଲ୍ଲା କୋମନା ବ୍ଳକ ବେଲଗାଁର ପବିତ୍ର ମାଝିଙ୍କ ନାଁରେ ୪ଲକ୍ଷ ୫୦ହଜାର ଟଙ୍କା, ଚିତ୍ର ଗୌଡ ଓ ସରସ୍ୱତୀ ଭୋଇଙ୍କ ନାଁରେ ୪ଲକ୍ଷ ଲେଖାଏଁ, ପର୍ଶୁ ରାମ ଶଗରିଆ, ବିଶ୍ଵାଲ ଭୋଇ ଓ ଆକବର ଗୌଡଙ୍କ ନାଁରେ ୪ଲକ୍ଷ ୩୬ ହଜାର ଲେଖାଏଁ, ମଙ୍ଗଳ ଗୌଡଙ୍କ ନାଁରେ ୨ଲକ୍ଷ ୨୬ ହଜାର, ଯୋଗେନ୍ଦ୍ର ସୁନାନି ୫ଲକ୍ଷ ୪୭ ହଜାର, କାର୍ତିକ ହରିଜନ ୪ ଲକ୍ଷ,ଛବିଲାଲ ସାହୁ ୪ ଲକ୍ଷ, ଳିଙ୍ଗ ପହରିଆ ୪ ଲକ୍ଷ ୮୧ ହଜାର, ଲମ୍ବୁଧର ହରିଜନ ୪ ଲକ୍ଷ, ଜିତେନ୍ଦ୍ର ହରିଜନ ୪ ଲକ୍ଷ, ଭବାନୀ ହରିଜନ ୪ଲକ୍ଷ, କୃଷ୍ଣ ଚନ୍ଦ୍ର ହରିଜନ ୪ ଲକ୍ଷ, ସୌରଭ ହରିଜନ ୪ଲକ୍ଷ, ଅରକ୍ଷିତ ହରିଜନ ୪ଲକ୍ଷ ଟଙ୍କା, ସିଙ୍ଗଳ ସାଏ ମାଝି ୨ଲକ୍ଷ ୮ ହଜାର ୭୬୮ ଟଙ୍କା, ଗୌରି ଶଙ୍କର ମାଝି ୪ ଲକ୍ଷ ୩୬ ହଜାର ଟଙ୍କା, ଜଗମୋହନ ମାଝି ୪ ଲକ୍ଷ ୩୬ ହଜାର ଟଙ୍କା, ସିଙ୍ଗଳ ସାଏ ମାଝି ୪ ଲକ୍ଷ ୩୬ ହଜାର ଟଙ୍କା, ଡିଙ୍ଗର ମାଝି ୪ଲକ୍ଷ ୩୬ ହଜାର ଟଙ୍କା, ଲୋଚନ ମାଝି ୪ଲକ୍ଷ ୩୬ ହଜାର ଟଙ୍କା, ପୂଣ୍ୟ ଦଳ ୨ ଲକ୍ଷ ୭୬ ହଜାର ଟଙ୍କା, ପୁନେ ଦଳ ୨ଲକ୍ଷ ଟଙ୍କା, ସୁବନ ଦୀପ ୫ଲକ୍ଷ ୪୭ ହଜାର ଟଙ୍କା, ଯୋଗେନ୍ଦ୍ର ସୁନାନି ୫ ଲକ୍ଷ ୪୭ ହଜାର ଟଙ୍କା, ଜଗଦୀଶ ପୋଡ ୪ ଲକ୍ଷ ଟଙ୍କା, ରାଜ ଚିନ୍ଦା ୪ ଲକ୍ଷ ଟଙ୍କା, ଗଣ୍ଡାରାମ ଶଗରିଆ ୪ଲକ୍ଷ ଟଙ୍କା, ତରୁଣ ଶଗରିଆ ୪ ଲକ୍ଷ ୩୬ ହଜାର ଟଙ୍କା, କମଳ ଶଗରିଆ ୪ଲକ୍ଷ ୩୬ ହଜାର, ସଦୁ ଶଗରିଆ ୪ ଲକ୍ଷ ୩୬ ହଜାର ଟଙ୍କା, ମହୀନ ହାତୀ ୪ ଲକ୍ଷ ୩୬ ହଜାର ଟଙ୍କା, ରୁଦ୍ରେଶ୍ଵର ବାଗ ୨ଲକ୍ଷ ଟଙ୍କା , ବସନ୍ତ ଶଗରିଆ ୪ ଲକ୍ଷ ଟଙ୍କା, ରିତେଶ ଶଗରିଆ ୪ ଲକ୍ଷ ଟଙ୍କା, ଇଶ୍ଵର ହରିଜନ ୪ ଲକ୍ଷ ଟଙ୍କା, ଭୁବନେ ଚିନ୍ଦା ୪ ଲକ୍ଷ ଟଙ୍କା, ବଳଦେଇ ସଲମା ୪ ଲକ୍ଷ, ତରୁଣ ଶଗରିଆ ୪ ଲକ୍ଷ ୩୬ ହଜାର ଟଙ୍କା, କମଳ ଶଗରିଆ ୪ ଲକ୍ଷ ୩୬ ହଜାର ଟଙ୍କା, ଧନମତି ଶଗରିଆ ୪ ଲକ୍ଷ ୩୬ ହଜାର ଟଙ୍କା, ରାଇମନ ପୋଡ ୪ ଲକ୍ଷ ୩୬ ହଜାର ଟଙ୍କା, ପରମା ପୋଡ ୪ ଲକ୍ଷ ୩୬ ହଜାର ଟଙ୍କା ଲେଖାଏଁ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ୨୦୨୨ ଜୁଲାଇ ୧୮ରେ ଜଳ ସମ୍ପଦ ବିଭାଗ ଚିଠିସଂଖ୍ୟା ୧୮୪୧୪ ରେ ପୂନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ତଥା ଜଳସମ୍ପଦ ବିଭାଗର ତତ୍କାଳୀନ ଅତିରିକ୍ତ ଶାସନ ସଚିବ ଆଲୋକ କର ଏହାର ତଦନ୍ତ କରିବାକୁ ତତ୍କାଳୀନ ଖଡ଼ିଆଳ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ସ୍ଵତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ପୂନର୍ବାସ ଓ ଥଇଥାନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ୧ ରେ ଜିଲ୍ଲାପାଳଙ୍କ ଚିଠିସଂଖ୍ୟା ୫୦ ରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ ରିପୋର୍ଟ ଦେଇ ନଥିବା ଅଭିଯୋଗ ହୋଇଛି। ମୃତବ୍ୟକ୍ତି ଓ ଅଜଣା ବ୍ୟକ୍ତିଙ୍କ ନାଁରେ ଥଇଥାନ ରାଶି ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟାକୁ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବିସ୍ଥାପିତ ମାନେ କ୍ଷତିପୂରଣ ପାଇନାହାନ୍ତି, ବିଭାଗୀୟ ସରକାରୀ ଅଧିକାରୀମାନେ ଦୁର୍ନୀତି କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିର ସୋସିଆଲ ଅଡ଼ିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଗତ ୧୯ ତାରିଖରେ ଜଳ ସମ୍ପଦ ବିଭାଗ ଚିଠିସଂଖ୍ୟା ୨୬୬୨୬ ରେ ନୂଆପଡ଼ା ଜିଲ୍ଲାପାଳ, ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ସ୍ଵତନ୍ତ୍ର ଭୂ-ଅର୍ଜନ, ପୁର୍ନବାସ ଓ ଥଇଥାନ ଅଧିକାରୀଙ୍କୁ ଜଳସମ୍ପଦ ବିଭାଗ ଉପନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜୀତ ସାହୁ ରିପୋର୍ଟ ମାଗିଛନ୍ତି । ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସ୍ଥାପିତ ମାନେ ଦାବି କରିଛନ୍ତି ।
