**ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସ୍ଵଛୋତ୍ସବ ପାଳିତ, ସ୍ଵଚ୍ଛତା ହିଁ ସେବା **
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସ୍ଵଛୋତ୍ସବ ପାଳିତ, ସ୍ଵଚ୍ଛତା ହିଁ ସେବା ୨୦୨୫ କଲ୍ୟାଣ ମଣ୍ଡପ ୨ ଠାରେ ପାଳିତ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ଖଡିଆଳ ଏନ.ଏ. ସି. ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଏନ.ଏ. ସି. ଉପାଧ୍ୟକ୍ଷ ଶକୁନ୍ତଳା ରାଉତ ଯୋଗ ଦେଇ ନିଜ ଭିତରେ ଥିବା ପ୍ରତିଭା ଚୟନ କରି ସମ୍ମାନିତ ଦ୍ବାରା ପ୍ରତିଭାର ପରିପ୍ରକାଶ ହୋଇଥାଏ ବୋଲି କହିଥିଲେ। ସେବା ପକ୍ଷ ପାଳନ ନେଇ ଛାତ୍ର ଛାତ୍ରୀ,ଏବଂ କର୍ମଚାରୀ ମଧ୍ୟରେ ସ୍ବଚ୍ଛତା ନେଇ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ଙ୍କୁ ସମ୍ମାନିତ କରିଥିଲେ। ସେହିପରି ସ୍ୱଚ୍ଛ ସାଥୀ, ଜମାଦାର ରୂପେ ସୋମେଶ ପାତ୍ର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ସ୍ୱୟଂ ସହାୟକ ସଭା ନେତ୍ରୀ ଙ୍କୁ ସମ୍ମାନିତ କରି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରି ଆଗାମୀ ଦିନରେ ଏମାନେ ଅନ୍ୟଙ୍କ ପାଇ ପ୍ରେରଣା ଉତ୍ସ ହେବେ ବୋଲି ଆହ୍ବାନ କରିଛନ୍ତି। ସଭାରେ ୱାର୍ଡ ସଭ୍ୟ ଚନ୍ଦନ ସାହୁ ଲକ୍ଷ୍ମଣ ଦୂରିଆ ପ୍ରମୁଖ ଯୋଗ ଦେଇଥିଲେ। ବିଭାଗୀୟ ଅଧିକାରୀ ମାନେ ସମସ୍ତେ ସହାୟତା କରିଥିଲେ।
