*ନିଖିଲ ଅଗ୍ରୱାଲ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ରେ ୨୧୨ ରେଙ୍କ ରେ ଉତ୍ତୀର୍ଣ୍ଣ, ବିଭିନ୍ନ ମହଲ ରୁ ଶୁଭେଚ୍ଛା*
ନୂଆପଡା (ମିଖାଏଲ ନନ୍ଦ)
*
* ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୱାର୍ଡ ନମ୍ବର ୭ ନିବାସୀ ନିଖିଲ ଅଗ୍ରୱାଲ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ରେ ୨୧୨ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। , ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଜଣେ ବ୍ୟବସାୟୀ ପରିବାର ରୁ ଆସୁଥିବା ବେଳେ ଲୋକଙ୍କ ସେବା ପାଇଁ ସୁଯୋଗ ମିଳିଥିବା ରୁ ଆଗକୁ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ବିଳାସ ପୂଜା ଭଣ୍ଡାର ପ୍ରତୃକ ଦୋକାନ ଅଟେ। ତାଙ୍କ ମାଁ ସୁନିତା ଅଗ୍ରୱାଲ ଓ ବାପା ମୂରଲୀ ଅଗ୍ରୱାଲ ଙ୍କ ପୁଅ ଅଟନ୍ତି। ସେ ଖଡିଆଳ ପବ୍ଲିକ ସ୍କୁଲ ରେ ଅଧ୍ୟୟନ କରି ଯୁକ୍ତ ଦୁଇ ଖଡିଆଳ କଲେଜ୍ ରେ ଅଧ୍ୟୟନ ପରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ କରୋଡେମଲ୍ କଲେଜ୍ ରେ ସ୍ନାତକ ପଢିଥିଲେ। କୋଭିଡ ସମୟ ରେ ସେ ଇଗନୋ ରେ ସ୍ନାତକୋତ୍ତର ପାସ କରିଥିଲେ। ତାଙ୍କ ୪ ଥର ପ୍ରିଲିମ୍ ଲାଗିଥିବା ବେଳେ ଦ୍ବିତୀୟ ଥର ମେନ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଭିନ୍ନ ମହଲ ରୁ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ମିଳିଅଛି।
