*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ଡରା ବନ୍ଦ ବ୍ରିଜ ନିକଟରେ ଯୁବକ ଜଣଙ୍କ ଦୁର୍ଘଟଣା ଗସ୍ତ, ଖଡିଆଳ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଲେ*
ନୂଆପଡା( ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ପେଣ୍ଡରାବନ୍ଦ ବ୍ରିଜ ନିକଟରେ ଯୁବକ ଜଣଙ୍କ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ଏକ ବୈଠକ କୁ ଯୋଗ ଦେବା ପାଇଁ ନୂଆପଡ଼ା ଯାଉଥିବା , ଖଡିଆଳ ଏନ୍ ଏ ସି ନିର୍ବାହୀ ଅଧିକାରୀ ସେଦିନ କେତନ ମହାରଣା ଓ କର୍ମଚାରୀ ମାନେ ମିଳିତ ଭାବରେ ଉଦ୍ଧାର କରିଥିଲେ। ଯୁବକ ଜଣଙ୍କ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି। ତାର ସଠିକ ସୂଚନା ମିଳି ପାରି ନଥିବା ବେଳେ ସହାୟତା କରି ମାନବିକତା ର ପରିଚୟ ଦେଇଛନ୍ତି। କୌଣସି ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ। ଆଜି ନିର୍ବାହୀ ଅଧିକାରୀ ଅଟକି ସହାୟତା ଏକ ଉଦାହରଣ ଅଟେ। ମନୁଷ୍ୟ ହିଁ ମନୁଷ୍ୟର ସହାୟତା କରିବା କୁ ସେବା ବୋଲି କୁହାଯାଏ। ସେବା ପକ୍ଷ ସମଗ୍ର ଦେଶରେ ପାଳନ ହେଉଥିବା ବେଳେ ଆଜି ମାନବ ସେବା କରିବାର ପ୍ରକୃତ ଲକ୍ଷ ଅଟେ।
