ବୌଦ୍ଧ ଜିଲ୍ଲାରେ ସାଂସଦ କ୍ରୀଡା ମହୋତ୍ସବ ମହାସମାରୋହ ରେ ଉଦଘାଟିତ :- ବୌଦ୍ଧ (କୃଷ୍ଣ ସିଂହ)
ବୌଦ୍ଧ – ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଖେଳରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସାମିଲ କରିବା ଉପଲକ୍ଷେ ସାଂସଦ ଖେଳ ମହୋତ୍ସବ କୁ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଜିଲ୍ଲା ଷ୍ଟାଡିୟମ୍ ଠାରେ ଉଦ୍ଘାଟନ କରିଥିଲେ l
ଜିଲ୍ଲା ଷ୍ଟାଡିୟମ୍ ରେ ଦଳଗତ ଭାବେ କ୍ରିକେଟ, ଫୁଟବଲ, ଭଲିବଲ୍, କବାଡି, ଖୋଖୋ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବ୍ୟକ୍ତିଗତ ଖେଳ ଭାବେ ବ୍ୟାଡମିଣ୍ଟନ, ଚେସ୍ , ପୂଚି ଖେଳରେ ଖେଳାଳୀମାନେ ସାମିଲ ହୋଇଥିଲେ l ସମସ୍ତ ଖେଳରେ ସାଂସଦ ଯୋଗଦାନ କରି ସମସ୍ତ ଖେଳ କୁ ଉଦ୍ ଘାଟନ କରିବl ସହ ଖେଳାଳି ମାନଙ୍କୁ ଉତ୍ସlହିତ କରିଥିଲେ l କନ୍ଧମାଳ ସାଂସଦୀୟ କ୍ଷେତ୍ରର ୭ ଗୋଟି ବିଧାନସଭାରେ ୯୫୭୦ ଜଣ ଖେଳାଳୀ ପଞ୍ଜିକରଣ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା ୧୮୦୦ ଖେଳାଳୀ ପଞ୍ଜୀକୃତ ହୋଇଛନ୍ତି l ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ କରିବା ପାଇଁ ସମୟ ବୃଦ୍ଧି କରାଯାଇଛି l ଗ୍ରାମରୁ ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ତିନିମାସ ବ୍ୟାପି ଖେଳ ଅନୁଷ୍ଠିତ କରାଯିବ l ଆସନ୍ତା ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଖେଳ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଉଦଯାପନୀ ହେବ l ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଏନ. ସି ସି ଦଳ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ ଦଳ ବ୍ୟାଣ୍ଡ ବାଦନ ମାଧ୍ୟମ ରେ ସ୍ବାଗତ କରିଥିଲେ lଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ସୁନ୍ଦର ପ୍ରକାଶ ଅଗ୍ରୱାଲା ମଞ୍ଚ ପରିଚାଳନା କରିଥିଲେ l ବୌଦ୍ଧ ଜିଲ୍ଲା ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଦୁର୍ଗା ମାଧବ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷାନୁଷ୍ଠାନର ସମସ୍ତ ଅଧିକାରୀ ଓ କ୍ରୀଡା ଶିକ୍ଷକ ସାମିଲ ହୋଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
