ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସମବାୟ ସଚେତନତା ରଥର ଶୁଭାରମ କଲେ ଅତିରିକ୍ତ ଜିଲ୍ଲାପାଳ :-
ବୌଦ୍ଧ (କୃଷ୍ଣ ସିଂହ)
ସକାଳ 9 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଏକ ସମବାୟ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘ, ସହକାରୀ ଉପ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ | ଉକ୍ତ ରଥ ଜିଲ୍ଲାର ବିଭିନ୍ନ ସମିତି ଅଞ୍ଚଳକୁ ପରିକ୍ରମା କରି ସମବାୟର ବାର୍ତ୍ତା ଜନ ସାଧାରଣରେ ପ୍ରଚାର ପ୍ରସାର କରିବ | ରଥ ଶୁଭାରମ୍ଭ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସମବାୟ ନିରୀକ୍ଷକ ଶିବ ପ୍ରସାଦ ଖମାରୀ, ସ୍ବର୍ଣ୍ଣଲତା ପ୍ରଧାନ, ବରିଷ୍ଠ ସହାୟକ ଧନେଶ୍ବର ବିଭାର, କନିଷ୍ଠ ସହାୟକ ଝସ କେତନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l
