*ନୂଆପଡାରେ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ l ଦିବସକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ – ଜିଲ୍ଲାପାଳ l*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଏକ ଭବ୍ୟ ସମାରୋହରେ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ ବୈଠକର ରୂପରେଖ ସମ୍ବନ୍ଧରେ ସୂଚନା ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ଏବର୍ଷ ଏଇ ଦିବସ ଖଡ଼ିଆଳ ସହରରେ ପାଳିତ ହେବ l ଅଗ୍ରସେନ୍ ଭବନ କର୍ମକର୍ତ୍ତା ଙ୍କୁ ଏଥିପାଇଁ ଅନୁରୋଧ କରାଯିବ l ସମଗ୍ର ଜିଲ୍ଲା ର ସମସ୍ତ ବ୍ଲକ୍ ଓ ଏନ୍ ଏ ସି ର ବରିଷ୍ଠ ନାଗରିକ ମାନେ ଏଥିରେ ଯୋଗଦାନ କରିବେ l ସେମାନଙ୍କ ପାଇଁ ଯୋଗ ଶିବିର ସହିତ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ l ସେମାନଙ୍କ ମଧ୍ୟରେ ନାଚ, ଗୀତ, ବାଦ୍ୟଯନ୍ତ୍ର ଓ ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ l ବର୍ଷ ର ଶ୍ରେଷ୍ଠ ବରିଷ୍ଠ ନାଗରିକ Senior citizen of the Year ଙ୍କୁ ଚୟନ କରି ପୁରସ୍କୃତ କରାଯିବ l ଏହା ସହିତ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତଥା ପ୍ରତିଷ୍ଠିତ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ l ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ” ବରିଷ୍ଠ ନାଗରିକ ଭୂମି ଓ ଭୂମିକା ” ବିଷୟ ଉପରେ ପ୍ରବନ୍ଧ ରଚନା ପ୍ରତିଯୋଗିତା ହେବ l ବରିଷ୍ଠ ନାଗରିକ ଦିବସ କୁ ଏକ ସ୍ମୃତି ବିମଣ୍ଡିତ ଦିନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆଜିର ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ନାଗରିକ ସଂଗଠନ ତରଫରୁ କ୍ଷିରୋଦ ନିବାସ ପଣ୍ଡା, ଲୋକନାଥ ସେଠୀ, ମୃତ୍ୟୁଞ୍ଜୟ ପଣ୍ଡା, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l
