*ନୂଆପଡା ଜିଲ୍ଲାପାଳଙ୍କ ମୃତ୍ତିକା ଏବଂ ଜଳ ସଂରକ୍ଷଣ ବିଭାଗ ଏବଂ ଅନ୍ୟ ଲାଇନ୍ ବିଭାଗ ସହିତ ସଂଯୋଜନା ବୈଠକ* l
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ଏବଂ ଜଳ ସଂରକ୍ଷଣ ବିଭାଗ ସହିତ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ତଥା ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା ସମସ୍ତ ଅଧିକାରୀ ସମର୍ପିତ ଭାବରେ କାମ କରି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାକୁ ଲୋପ କରନ୍ତୁ।ଏଥିରେ ବିଭାଗର ପ୍ରମୁଖ ଯୋଜନା ମାନଙ୍କ ସମ୍ବନ୍ଧରେ ଆଲୋଚନା ହୋଇଥିଲା l ଜଳଧାରା ଯୋଜନା କାର୍ଯ୍ୟାନ୍ୱୟନ: ଏହି ଯୋଜନା ଜିଲ୍ଲାର ଖରିଆର, ବୋଡେନ ଏବଂ ସିନାପାଲି ବ୍ଲକରେ କାର୍ଯ୍ୟକାରୀ କରାଯିବ। ପ୍ରାଥମିକତା ଭିତ୍ତିରେ ଅଧିକ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏଥିରେ ୯୬ ଜଣ ହିତାଧିକାରୀଙ୍କ ପାଇଁ ଡିଏଲସି ଅନୁମୋଦନ ପ୍ରଦାନକରାଯାଇଛି।ରାଡ ଯୋଜନାର ଅଗ୍ରଗତି ସମୀକ୍ଷାରୁ ଜଣା ଗଲାଯେ ନୂଆପଡା ଏବଂ ସିନାପାଲି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଆରଏଡି (ବୃଷ୍ଟିପାତ କ୍ଷେତ୍ର ବିକାଶ) ଯୋଜନା ଅଧୀନରେ ବିଭିନ୍ନ ଲକ୍ଷ୍ୟ ପୂରଣ ହୋଇ ଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ଅଧିକାରୀ ମାନେ ସମର୍ପିତ ଭାବରେ କାମ କରି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ଭଳି ଅମାନବୀୟ ପ୍ରଥାକୁ ଲୋପ କରିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ l
