ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ସହାୟତା ରାଶି ପ୍ରଦାନ
ଯାଜପୁର/(ଭଞ୍ଜଦୂତ ଖବର:ନିପ୍ର)ରିପୋର୍ଟର ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଳ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମତି ପ୍ରଦାନ ମତେ ଆଜି ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ଯ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧୀର କୁମାର ସାହୁ ଙ୍କ ଉପସ୍ଥିତିରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଦୁଇ କୋଟି ସତର ଲକ୍ଷ ତେତିଶ ହଜାର ଚାରି ଶହ (2,17,33,400/-)ଟଙ୍କାର ଅର୍ଥ ରାଶି 681 ଜଣ ଶ୍ରମିକ ଙ୍କୁ ଡମି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ l ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁଇ(2) ଜଣ ମୃତ ହିତାଧିକାରୀଙ୍କ ମନୋନିତ ବ୍ଯକ୍ତିଙ୍କୁ ଚାରି ଲକ୍ଷ(4,00,000/-) ଟଙ୍କାର ସହାୟତା ରାଶି ସିଧା ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ l ଆଜିର ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷା ସହାୟତା ବାବଦରେ 452 ଜଣଙ୍କୁ 39,73,400/- ଟଙ୍କା, ବିବାହ କାଳୀନ ସହାୟତା ବାବଦରେ 141 ଜଣଙ୍କୁ 69,50,000/- ଟଙ୍କା, ପ୍ରସୂତୀ କାଳୀନ ସହାୟତା ବାବଦରେ 13 ଜଣଙ୍କୁ 1,30,000/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦରେ 39 ଜଣ ନୋମିନି ଙ୍କୁ 1,05,00,000/- ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ବାବଦରେ 36 ଜଣ ନୋମିନି ଙ୍କୁ 1,80,000/- ଟଙ୍କା ପ୍ରଦାନ କରାଯାଇଥିଲା l
