ଝିଅ ଚାକିରି କରିଛି କହି ଥଣ୍ଡା ରେ ନିଶା ଦେଇ ଲୁଟ
(ରବିବାର ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ସହ ଟଙ୍କା ସୁନା ଯବତ )
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର ସରୋଜ କୁମାର ଧଳ
ବ୍ୟାସନଗର ସହର ର ୧୭ ନଂ ୱାର୍ଡ ସାପଗଡ଼ିଆ ଠାରେ ଦୁଇଜଣ ବୟସ୍କ ସ୍ଵାମୀ, ସ୍ତ୍ରୀ ନିଜ ଘର ମରାମତି କରୁଥିଲେ l ତାଙ୍କ ପଡୋଶୀ ଘରେ ରହୁଥିବା ଜୈନେକ ମହିଳା ଝିଅ ର ଚାକିରି ହୋଇଯାଇଛି କହି ଥଣ୍ଡା ପିଅ ବୋଲି ବାଧ୍ୟ କରି ଥଣ୍ଡା ଦେଇଥିଲେ l କିନ୍ତୁ ଏହି ଥଣ୍ଡା ରେ ନିଶା ଦେଇ ଅଚେତ କରି ସୁନା ଓ ଟଙ୍କାକୁ ଲୁଟି ନେଇଥିବା ରବିବାର ଯାଜପୁରରୋଡ୍ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା l ଯାଜପୁର ରୋଡ଼ ପୋଲିସ ୫୫୯/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରି ଜାଣିବାକୁ ପାଇଥିଲେ କି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ର ପୁର୍ ଅନ୍ତର୍ଗତ ମଦନ ପୁର ପଞ୍ଚାୟତ ସ୍ଥିତ କାନପୁର ଗ୍ରାମର ସୂର୍ଯ୍ୟମୟୀ ଚକ୍ର ଓ ତାଙ୍କ ସ୍ଵାମୀ ଅବସର ପ୍ରାପ୍ତ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ତାଙ୍କ ବ୍ୟାସନଗର ସାପଗଡ଼ିଆ ସ୍ଥିତ ନିଜ ଘରକୁ ମରାମତି କରିବା ବେଳେ ସକାଳ ୮ ଟା ସମୟରେ ଘରପାଖ ପଡୋଶୀ ରୁକସାନା ବିବି(୨୮ ) ନାମକ ଜଣେ ମହିଳା ବୃଦ୍ଧା ସୂର୍ଯ୍ୟମୟୀ ଚକ୍ରଂକ ଘରେ ପହଞ୍ଚି ନିଜ ଝିଅ ର ଚାକିରି ହେଉଛି କହି
୨ଟି ଥଣ୍ଡା ଭିତରେ ନିଶା ମିଶାଇ ତାଙ୍କୁ ଜବରଦସ୍ତି ପିଇବାକୁ ଦେଇଥିଲେ ଉକ୍ତ ଥଣ୍ଡାକୁ ବୃଦ୍ଧା ସ୍ଵାମୀ ଓ ସ୍ତ୍ରୀ ପିଇ ବେହୋସ ହୋଇ ଯାଇଥିଲେ। ମହିଳା ଜଣକ ବୃଦ୍ଧା ସୂର୍ଯ୍ୟାମୟୀ ଙ୍କ ବେଳରୁ ୨ ଭରି ସୁନା ଚେନ୍ ଓ ଘରେ ଥିବା ୩୦ ହଜାର ଟଙ୍କାକୁ ଲୁଟି ନେଇଥିଲେ । ବୃଦ୍ଧା ସ୍ଵାମୀ ଓ ସ୍ତ୍ରୀ ଦେଖୁ ଥିଲେ ମଧ୍ୟ ମୁହଁ ଖୋଲି ପାରିନଥିଲେ । ପ୍ରଥମେ ଯାଜପୁର ରୋଡ ସ୍ଵସ୍ଥ୍ଯ କେନ୍ଦ୍ର ପରେ କଟକ ମେଡ଼ିକାଲରେ ୩ ଦିନ ରହି ଚିକିତ୍ସା ହୋଇ ଆସିବା ପରେ ଆଜି ଯାଜପୁର ରୋଡ ଥାନା ରେ ଅଭିଯୋଗ କରିଥିଲେ । ଯାଜପୁର ରୋଡ ପୁଲିସ ଅଭିଯୁକ୍ତ ମହିଳା ରୁକସାନା କୁ ଗିରଫ କରିବା ସହ ତା ନିକଟରୁ ସୁନା ଚେନକୁ ଜବତ କରାଯାଇଛି ଏବଂ ଆଜି କୋଟ ଚାଲାଣ କରାଯାଇଛି l
