ସାରସକଣା ବ୍ଲକ ଅନ୍ତର୍ଗତ ବାଲିଆ ସାହି ଛକ ରେ pwd ରାସ୍ତା ପାଇଁ by pass ଦାବୀ
ଝାର ପୋଖରିଆ –(ନି ପ୍ର)ସାରସକଣା ବ୍ଲକ ଅନ୍ତର୍ଗତ ବାଲିଆ ସାହି ଛକ ହେଉଛି ଏକ ମରଣଯନ୍ତା। କାରଣ ଏଠାରେ ଡିଭାଇଡର୍ ନ ଥିବାରୁ ଲୋକମାନେ ଉପରେ ଚଢ଼ି ଅନ୍ୟ ପଟକୁ ଯାଉଛନ୍ତି। ଆଉ କିଛି ଏହାର ବିକଳ୍ପ ନାହିଁ। ପାଖାପାଖି ଅଧକିଲୋମିଟର୍ ପରିବହନ ବିଭାଗର ଯାହା କି ଭୂଲ୍ ରାସ୍ତା ରେ ଗଲେ ଗୋଟେ ଡିଭାଇଡର୍ । ଯାହା କି ପଥଚାରୀ ତଥା ସ୍କୁଲ୍ ପିଲା ମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଏହି ଛକ ରେ ପେଟ୍ରୋଲ ପମ୍ପ, ଶିବ ପାର୍ବତୀ ମଣ୍ଡପ , ଲୁଗା ଦୋକାନ , ମେଡ଼ିସିନ୍ ଦୋକାନ, ଜଳଖିଆ ଦୋକାନ , ସବୁ ରହିଥିବାରୁ ଏଠାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ରାସ୍ତା ର ସେପଟେ ସ୍କୁଲ ଗୁଡ଼ିକ ଥିବାରୁ , ଛୋଟ ଛୋଟ ପିଲା ମାନେ ଏପଟ ରାସ୍ତା ରୁ ସେପଟ ଯିବା ଏକ କଷ୍ଟକର ବ୍ୟାପାର ହୋଇଯାଇଛି । ଆଗରୁ ଏଠାରେ ବହୁ ଦୁର୍ଘଟଣା ଘଟି ଯାଇଛି । ତେଣୁ କେତେବେଳେ ଯେ ଘଟି ପ।ରେ ତାହା କହିହେବ ନାହିଁ। ତେଣୁ ପ୍ରଶାସନ କୁ ଅନୁରୋଧ ଏହାର ବିହିତ ପଦକ୍ଷେପ ଗ୍ରହଣ କରି ଏକ ଡିଭାଇଡର କିମ୍ବା ଗୋଳା ପୋଲ ନିର୍ମାଣ କଲେ ଜନସାଧାରନ୍ ଉପକୃତ ହେବେ ସେଥି ପାଇଁ ଦାବୀ ହେଉଛି, ଝାରପୋଖରିଆ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ୍ ଭଞ୍ଜ ଦୂତ ଖବର
