ବିଜୁ ଜନତା ଦଳ ର ସାଂଗଠନିକ ବୈଠକ ଅନୁଷ୍ଠିତ ।
କାମାକ୍ଷାନଗର –
କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ ମାନଙ୍କୁ ନେଇ ଆସନ୍ତା ୨୪ ତାରିଖ ରେ ହେବାକୁ ଥିବା କାମାକ୍ଷାନଗର ବିଜେଡି ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ବୈଠକ ନିମନ୍ତେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ନଗରପାଳ ଧର୍ମାନନ୍ଦ ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ୱାର୍ଡ଼ ରୁ ବିଜୁ ଜନତା ଦଳ ର ସକ୍ରିୟ କର୍ମୀ ମାନଙ୍କୁ ଯୋଡିବା ନିମନ୍ତେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି। ତାସହ ଓଡ଼ିଶା ସରକାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆସନ୍ତା କାଲି ବିଜୁ ଜନତା ଦଳ ତରଫରୁ ବିଧାନ ସଭା ଘେରାଉ ରେ କାମାକ୍ଷାନଗର ତରଫରୁ ସମସ୍ତ ସକ୍ରିୟ କର୍ମୀ ଭୁବନେଶ୍ୱର ଠାରେ ଯୋଗ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ର ଏହି ବୈଠକ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଭୁବନ ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,କାମାକ୍ଷାନଗର ବ୍ଲକ ସଭାପତି ପ୍ରଭାସ ମିଶ୍ର, ଭୁବନ ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ,କାମାକ୍ଷାନଗର ଏନ.ଏ.ସି ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟ, ଭୁବନ ଏନ.ଏ.ସି ସଭାପତି ନରେନ୍ଦ୍ର କୁମାର ସାହୁ,କାଉନସିଲର ସଞ୍ଜୟ କୁମାର ପରିଡ଼ା, କାଉନସିଲର ବନମାଳୀ ରାଉଳ ଆଦି ଯୋଗ ଦେଇଥିଲେ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
