ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ । . . . . ଢେଙ୍କାନାଳ – ନିଜ ବାହାଘର ପାଇଁ ବଜାବଲା ଏବଂ ଲାଇଟ୍ ବାଲାଙ୍କୁ ବାଇନ ଦେବାକୁ ଆସି ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ । ଯୁବକ ଜଣକ ହେଲେ ଶଶାଙ୍କ କୁମାର ପ୍ରଧାନ । ତାଙ୍କର କିଛି ଦିନ ତଳେ କାମାକ୍ଷା ନଗର ଅଞ୍ଚଳ ରେ ତାଙ୍କ ବାହାଘର ଠିକ୍ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ | ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ବୁଢାପଙ୍କ ଗାଁର ସାରଙ୍ଗଧର ପ୍ରଧାନଙ୍କ ବଡ଼ପୁଅ ଶଶାଙ୍କ କୁମାର ପ୍ରଧାନ କୋରାପୁଟରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଗାଡିବଲା ଦୁର୍ଘଟଣା ଘଟାଇ ଫେରାର ରହିଥିବାବେଳେ ଏହାର କାରଣ ଅସ୍ପଷ୍ଟ ରହିଛି ।ପରଜଙ୍ଗ ପୋଲିସ ଜୋର୍ ଦାର ରେ ତଦନ୍ତ ଚଳାଇଛି ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
