କଙ୍କଡାହାଡ଼ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର।
କାମାକ୍ଷାନଗର-
କଙ୍କଡ଼ାହାଡ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ।ମୁଖ୍ୟତଃ ଗ୍ରାମ ସମସ୍ୟା, ଆବାସ ଯୋଜନରେ ଘର,ସ୍ବାସ୍ଥ୍ୟ ସମସ୍ୟା,ରାସନ କାର୍ଡ, ଭତା,ୟୁରିଆ ସାର,ବିଦ୍ୟୁତ ତାର ଚୋରି,ଜଙ୍ଗଲ ଜମି ଶିରୋନାମା,ନକଲି ଚୋରା ମଦ ବିକ୍ରିକୁ ବିରୋଧ, ଶ୍ରେଣୀ ଗୃହ ମରାମତି ଆଦି ଅଭିଯୋଗ ଆସିଥିଲା।ଅତିରିକ୍ତ ଜିଲ୍ଲାପାଳ ତୁରନ୍ତ ଏନେଇ ବିଭାଗିୟ ଅଧିକାରିଙ୍କୁ ଏହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ।ଏଥିରେ ସମୁଦାୟ ୪୧ ଟି ଅଭିଯୋଗ ହୋଇଥିଲା ।ଏହି ଶୁଣାଣିରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପ୍ତିରଞ୍ଜନ ସେଠି,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସଞ୍ଜୟ ମହାପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜା,ବ୍ଲକ ଅଧ୍ୟକ୍ଷା ଚାରୂଲତା ମିଶ୍ର,ତହସିଲଦାର ସୌଦାମିନୀ ନାୟକ,ଗୋଷ୍ଠି ଉନ୍ନୟନ ଅଧିକାରୀ ଯଶୋବନ୍ତ ଦେହୁରୀ,ବିରାଶାଳ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ଜେନା,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବ୍ଲକ ଶିକ୍ଷା ଅଧିକାରୀ ସାଗର ଟୁଡୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭମ ସି,ଯୋଗାଣ ଅଧିକାରୀ ମୋନାଲିସା ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରି ମାନେ ଉପସ୍ଥିତ ରହିଥିଲେ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
