ଗୋଷ୍ଠୀ ସହାୟିକା କର୍ମୀ ଙ୍କ ଗଣଧାରଣା
କାମାକ୍ଷାନଗର –
କାମାକ୍ଷାନଗର ବ୍ଲକ୍ ଓ କଙ୍କଡ଼ାହାଡ଼ ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ଧାରଣା ରେ ବସିଲେ ଶତାଧିକ ମିଶନଶକ୍ତି ଗୋଷ୍ଠୀ ସହାୟିକା କର୍ମୀ , ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି,ଏକାଉଣ୍ଟରେ ଦରମା ଦିଆଯାଉ ନେଇ ଦାବି ରେ ଧାରଣା ଦେଇଛନ୍ତି ଦୁଇଟି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସହାୟିକା କର୍ମୀ , ବ୍ଲକ ସ୍ତର ରେ ମିଶନ ଶକ୍ତି ବିଭାଗ ରେ ବିଭିନ୍ନ କାର୍ଯ୍ୟ ରେ ନିୟୋଜିତ ଥିଲେ l କିନ୍ତୁ ବର୍ତମାନ ସେମାନଙ୍କୁ କାର୍ଯ୍ୟ ଆଧାର ରେ ଦରମା ଦିଆଯାଉଥିବା ବେଳେ ତାହା ପରିଶ୍ରମ ଅନୁସାରେ ବହୁତ କମ ରହୁଛି l ପୂର୍ବରୁ ସେମାନେ ନିର୍ଦିଷ୍ଟ ଦରମା ପାଉଥିବା ବେଳେ ବର୍ତମାନ ଯେତିକି କାମ କୁ ସେତିକି ଦରମା ସରକାର ଙ୍କ ତରଫରୁ ପ୍ରଦାନ କରାଯାଉଛି l ଯାହାକୁ ନେଇ ଶତାଧିକ ଗୋଷ୍ଠୀ ସହାୟିକା କର୍ମୀ ମାନେ ସରକାର ଙ୍କ ବିରୋଧ ରେ ନାରାବାଜି କରିବା ସହ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ନେଇ ପ୍ରତିବାଦ କରିବା ସହ ଗଣ ଧାରଣା ଦେଇଛନ୍ତି lଏହି ଗଣ ଧାରଣାରେ ଏମବିକେ, ସିଆରପି,ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର କାର୍ଯ୍ୟରତ ଧାରଣାରେ ବସିବା ପାଇଁ ନିଜ ଜିଦରେ ଅଟଳ ରହିଛନ୍ତି
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
