ରାତିରେ ଶୋଇଥିବା ଅବସ୍ଥାରେ ଅଘଟଣ, କାନ୍ଥ ପଡି ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ମୃତ
ବସ୍ତା:- (ନି ପ୍ର) ଫଟୋ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମହାଦେବସରାଇ ଗ୍ରାମରେ ଅଘଟଣ, ରାତିରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ କାନ୍ଥ ପଡି ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ମୃତ, ୧୨ ବର୍ଷ ର ଝିଅ ଗୁରୁତର। ସୂଚନା ଅନୁସାରେ ଗ୍ରାମର ସ୍ବର୍ଗତ ହପା ମୁର୍ମୁ ଙ୍କ ୩୮ ବର୍ଷର ପୁତ୍ର ପିଥ ମୁର୍ମୁ, ତାଙ୍କର ସ୍ତ୍ରୀ ମିନତୀ ମୁର୍ମୁ ୩୫ ବର୍ଷ ଓ ୧୨ ବର୍ଷର ଝିଅ ଲଷ୍ମୀ ମୁର୍ମୁ ରାତିରେ ଖାଇସାରି ବାରଣ୍ଡାରେ ଶୋଇଥିବା ବେଳେ ରାତି ପାଖାପାଖି ୨:୩୦ ମିନିଟ ସମୟରେ ଘରର କାନ୍ଥ ଭୁଶୁଡି ଯାଇଥିଲା, ଫଳରେ କାନ୍ଥ ତଳେ ଚାପି ହୋଇ ତିନି ଜଣ ଥିବା ବେଳେ, ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବସ୍ତା ମେଡିକାଲ ପଠାଇଥିଲେ, ହେଲେ ଦୀର୍ଘ ସମୟ ଧରି ବସ୍ତା ରେଳବାଇ ଗେଟ ପଡି ରହିବା ଯୋଗୁଁ ସେଠାରେ ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କ ପ୍ରାଣବାୟୁ ଉଡିଯାଇଥିଲା। ମେଡିକାଲ ରେ ଝିଅ ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବାଲେଶ୍ୱର ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି, ତେବେ ଗରିବ ଆଦିବାସୀ ପରିବାରର ଏଭଳି ଦୁର୍ଦଶା ରେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
