*ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଦ୍ବାରା ଅଟକ*
ବସ୍ତା:- (ନି ପ୍ର) ଫଟୋ
ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ବିଚିତ୍ର ନିତି, ନିଜେ ମିଟର ସିଲ୍ କାଟି ବିଦ୍ୟୁତ ଚୋରି କରୁଛନ୍ତି କିନ୍ତୁ ଅନ୍ୟ ଉପଭୋକ୍ତା ମାନଙ୍କର ଭଲ ମିଟର କୁ ଖରାପ ଦର୍ଶାଇ ମିଟର ବଦଳ କରୁଛନ୍ତି। ଆଉ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି। ଯାହାକୁ ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏଭଳି ଘଟଣା ଘଟିଛି ବସ୍ତା ଥାନା ଚୋରପଦା ଗ୍ରାମରେ, ଗ୍ରାମର ଶରତ କୁମାର ବେହେରା ବିଦ୍ୟୁତ ବିଭାଗ ରେ ମିଟର ରିଡର୍ ଭାବରେ କାର୍ଯ୍ୟ କରନ୍ତି। ସେ ନିଜ ଘରେ ଲାଗିଥିବା ମିଟର ର ସିଲ୍ କାଟି ବିଦ୍ୟୁତ ଚୋରି କରୁଛନ୍ତି, ମାତ୍ର ନିଜ ଗ୍ରାମର ଅନ୍ୟାନ୍ୟ ଲୋକଙ୍କ ଭଲ ମିଟର ଖରାପ ଦର୍ଶାଇ ମୋଟା ଅଙ୍କର ଜରିମାନା ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଆଦାୟ କରୁଛନ୍ତି, ଗତ ଦୁଇ ମାସ ତଳେ ଗ୍ରାମର ବିଶ୍ବନାଥ ରାଉଳ ନାମକ ଜଣେ ଉପଭୋକ୍ତା ଙ୍କ ଘରେ ମିଟର ଖରାପ ଦର୍ଶାଇଥିଲେ, ପରବର୍ତ୍ତୀ ସମୟରେ ସେ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାହା ଭଲ ବୋଲି ଜଣା ପଡିଥିଲା, କିନ୍ତୁ ତାଙ୍କ ନାମରେ ଜରିମାନା ଟଙ୍କା ଫେରାଇ ନ ଥିଲେ, ଏନେଇ ବାରମ୍ବାର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଦୈଡିଥିଲେ ମଧ୍ୟ କେହି ଶୁଣି ନଥିଲେ, ଆଜି ବିଦ୍ୟୁତ ବିଭାଗ କର୍ମଚାରୀ ଗାଁ କୁ ଆସିବାରୁ ତାଙ୍କୁ ଅଟକ ରଖିଥିଲେ, ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ବସ୍ତା ବିଦ୍ୟୁତ ନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ରଥ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ସହିତ ମିଟର ରିଡର୍ ଶରତ ବେହେରା ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
