ସିଂହପୁର ଠାରୁ ଯାଜପୁର ମୁଖ୍ୟ ରାସ୍ତାଟି ସୟଦପୁର, ମଇଁନ୍ଦା,ଅରେଇ ବହୁ ଶୋଚନୀୟ ଅବସ୍ଥା
ଯାଜପୁର/ବିଞ୍ଝାରପୁର (ନିପ୍ର )ବିଜୟ କୁମାର ବାରିକ ଙ୍କ ରିପୋର୍ଟ ଭଞ୍ଜଦୂତ |
ସିଂହପୁର ଠାରୁ ଯାଜପୁର ଯେଉଁ ମୁଖ୍ୟ ରାସ୍ତାଟି ଏବେ ସେ ସାଜିଛି ଜନସାଧାରଣ ଙ୍କ ଜୀବନ ସାଙ୍ଗରେ ଖେଳ କେତେବେଳେ କେଉଁ ମହୁର୍ତ୍ତରେ କାହାର କଣ ହେବ କହିହେବନି | ଏହି ରାସ୍ତା ଦେଈ ସକାଳ ରୁ ରାତି ଯାଏଁ, ବସ୍, ଟ୍ରକ, କାର, ବାଲି ବୋଝେଇ ଟ୍ରକ,ଯିବା ଆସିବା କରୁଥିବା ବେଳେ ମଧ୍ୟ କଟକ, ଭୁବେନଶ୍ୱର, ରାଉରକେଲା, କଲିକତା ବସ୍ ଯିବା ଆସିବା ମଧ୍ୟ କରନ୍ତି ଏବଂ କେତେ ଯେ ସାଇକେଲ, ମୋଟର ସାଇକେଲ ଓ ପାଦ ଚଲା ଆରୋହୀ ଯିବା ଆସିବା କରନ୍ତି ତାହା ଆକଳନ କରିହେବନି ରାସ୍ତା ରେ ପିଚୁ ନାହିଁ ଖାଲି ଗୋଡି ଫୁଟେ ଦୁଇଫୁଟ ଲେଖା ଖାଲ ହିଁ ଖାଲ ଜନ ସାଧାରଣ ଙ୍କ କହିବା କଥା ହେଲା ଏହି ରାସ୍ତା ଦେଈ କେତେ ଯେ ରାଜନେତା, ନେତା ଯିବା ଆସିବା କରୁଛନ୍ତି ହେଲେ ସବୁ ଦେଖି ନ ଦେଖିଲା ଭଳି ରହୁଛନ୍ତି |ସେହି କଣ୍ଟ୍ରାକ୍ଟର ହେଉ ବା ଡିପାର୍ଟମେଣ୍ଟ ଯିବା ଆସିବା କରୁଥିଲେ ମଧ୍ୟ କାହାରି ନଜର ରାସ୍ତା ଉପରେ ପଡୁନାହିଁ | ସ୍ଥାନୀୟ ଲୋକଙ୍କ କହିବା କଥା ଏହାର ଯଥାଶୀଘ୍ର ସ୍ଥାୟୀ ସମାଧାନ ଯଦି ନ କରାଯାଏ ତା ହେଲେ ରାଜ ରାସ୍ତାକୁ ଉଲ୍ହାଇ ବାକୁ ପଛାଇବେ ନାହିଁ
