ସେବା ପକ୍ଷ ଉପଲକ୍ଷେ ସ୍ଵଚ୍ଛ ଭାରତ ଅଭିଯାନ।
ସୋର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଶେଷ ହେବାକୁ ଥିବା ସେବା ପକ୍ଷ ଆଜି ପଞ୍ଚମ ଦିବସ ରେ ପହଞ୍ଚିଛି। ଏହି ପ୍ରରିପ୍ରେକ୍ଷି ରେ ସୋର ବ୍ଲକ କାଂଶବାଂସ ମଣ୍ଡଳୀ ର କେଦାରପୁର ପଞ୍ଚାୟତ ଦୁର୍ଗା ମଣ୍ଡପ ରେ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମନୋରଞ୍ଜନ ବାରିକ ସଭାପତିତ୍ବ କରିଥିବା ବେଳେ, ପୂର୍ବତନ ବିଧାୟକ ପର୍ଶୁରାମ ଧଡା, ପୂର୍ବତନ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା, ସାଂସଦ ପ୍ରତିନିଧି ଟୁଟୁ ପଣ୍ଡା, ମଣ୍ଡଳ ପ୍ରଭାରୀ ମିଳୁଆ ପଣ୍ଡା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକ, ପଞ୍ଚାୟତ ସଭାପତି ବଦ୍ରିନାରାୟଣ ମହାନ୍ତି, ବସନ୍ତ ବେହେରା, ସୁକାନ୍ତି ଯେନା, ଶିବ ସଙ୍କର ରାୟ , ମଞ୍ଜୁଲତା ରାଓତ , ସନ୍ଦିପ ଚକ୍ରବର୍ତ୍ତୀ, ରବି ହୋତା, ସସ୍ମିତା ସିଂ, ଅନିଲ ମହାପାତ୍ର ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ୩୦୦ ରୁ ଅଧିକ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ଦିର ପରିସରକୁ ପରିଷ୍କାର କରିଥିଲେ।
