କୃଷି କାର୍ଯ୍ୟାଳୟରେ ଦୁଇ ଦିନିଆ ଖାଦ୍ୟ ନିରାପତ୍ତା ଗୋଷ୍ଠୀ ତାଲିମ ଶିବିର ଅନୁଷ୍ଠିତ
ସୋର(ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର):କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଆନୁକୂଲ୍ୟରେ ସୋର କୃଷି କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ଖାଦ୍ୟ ନିରାପତ୍ତା ଗୋଷ୍ଠୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପକାଶାଳା-ବଗିଚା ଏବଂ ଶଙ୍କର ଜାତୀୟ ପନିପରିବା ଚାଷ ବିଷୟରେ ଓ ଘର ଅଗଣାରେ ଅଣ୍ଡାଦିଆ କୁକୁଡ଼ା ଓ ଛେଳି ଚାଷ ବିଷୟରେ ୧୦୦ରୁ ଅଧିକ ମହିଳା ଗୋଷ୍ଠୀ ସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ଓ କାର୍ଯ୍ୟକାରୀ ଯୋଜନା ବିଷୟରେ ମହିଳା ମାନଙ୍କୁ ଅବଗତ କରାଯାଇଥିଲା। ଏହି ଶିବିରରେ ସୋର ଗୋଷ୍ଠୀ କୃଷି ଅଧିକାରିଣୀ ରଞ୍ଜିତା ଟୁଡୁ, ଆତ୍ମାର ଅଧ୍ୟକ୍ଷ ଗିରିଧାରୀ ବେହେରା, ସହାୟକ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟ ପ୍ରସାଦ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଶୁଭଶ୍ରୀ ଶୁଭସ୍ମିତା, ମତ୍ସ୍ୟ ଅଧିକାରିଣୀ ସଂନ୍ଧ୍ୟାରାଣୀ ମୁର୍ମୁ,, ଭିଏଏସ ଡା ମାରାଣ୍ଡି, ବିଟିଏମ ଆଦ୍ୟାଶକ୍ତ ସାମଲ, ଏଟିଏମ ସୁବାସ ଚନ୍ଦ୍ର ଦୀକ୍ଷିତ, ସାଇପ୍ରଭା ପଣ୍ଡା ଉପସ୍ଥିତ ରହି ତାଲିମ ପ୍ରଦାନ ସହ ସାହାଯ୍ୟ ସହଯୋଗ କରିଥିଲେ।
