ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଲେ ଉକ୍ରଳ ଗୋପାଳ ସମାଜ
(1)- ବୋଲା ଗୋମାତା ସୁରକ୍ଷା ନିମନ୍ତେ ବର୍ତ୍ତମାନ 20 ଲକ୍ଷ୍ ଅନୁଦାନ ଗୋଶାଳା ପାଇଁ ରଖିଛନ୍ତି
(2)-ଗୋଚର ଭୂମି ସଂରକ୍ଷଣ ପାଇଁ ସରକାର ନିଜ ହାତକୁ ନେଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି l
(3)-ଗୋପାଳମାନଙ୍କ ପାଇଁ ଗୁହାଳ କାର୍ଯ୍ୟକ୍ରମରେ 1 ଲକ୍ଷ 60 ହଜାର ଟଙ୍କା ରଖିଛନ୍ତି ଏବଂ 70 ପରସେଣ୍ଟ ସବସିଡ଼ି ଦେଇଛନ୍ତି l
(4)-ଗୋପାଳଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବାହାର କରିଛନ୍ତି l ଯାହାର 70 ପରସେଣ୍ଟ ସବସିଡ଼ି ରଖିଛନ୍ତି l
(5)-ଗୋମାତାର ସୁରକ୍ଷା ପାଇଁ କଟକ ଭୁବନେଶ୍ୱରରେ ବଡ଼ 5 ଟି ଗୋଶାଳା ତିଆରି ପାଇଁ ନିଷ୍ପତି ନେଇଛନ୍ତି ଯାହାର ଅଟକଳ ରାଶି 40 କୋଟି ରଖିଛନ୍ତି l
ପ୍ରେସମିଟି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ନିବେଦନ କରୁଅଛୁ, କିଛି କୁଚକ୍ରୀ ସଂଗଠନ କାମଧେନୁ ଯୋଜନାକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରୁଅଛନ୍ତି l
ଗୋପାଳକ ନିକଟରେ ଗୋମାତା ପହଞ୍ଚିବା ପାଇଁ ସୁରକ୍ଷା ପ୍ରଦାନ କରନ୍ତୁ l
ଆମ ଗୋପାଳ ଜାତିର ସମୂହ ଉନ୍ନତି ପାଇଁ ଓ ଅର୍ଥନୈତିକ କ୍ଷେତ୍ରର ସୁଧାର ପାଇଁ ଜନସ୍ୱାର୍ଥ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ଉତ୍କଳ ଗୋପାଳ ସମାଜ ତରଫରୁ ଧନ୍ୟବାଦ ଅର୍ପଣ କରୁଅଛୁ l
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
