ଦୋକାନ ପୋଡି ଦେଲେ ଦୃବୁର୍ତ ଥାନାରେ ଅଭିଯୋଗ
ଡେଲାଙ୍ଗ, : ଡେଲାଙ୍ଗ ଥାନା ଅଧିନ ଘୋରଡିଆ ବଜାରରେ ଥିବା ଏକ ଲେଡିଜ୍ କର୍ଣ୍ଣର ଦୋକାନକୁ କେହି ଦୃବୁର୍ତ ରାତିରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଦୋକାନୀ ମଂଟୁ ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଡେଲାଙ୍ଗ ପୋଲିସ୍ ମାମଲା ରଜୁ କରି ପୋଲିସ ତଦନ୍ତ ଜାରି ଆରମ୍ଭ କରିଛି। ତେବେ ମିଳିଥିବା ସୁଚନା ମୁତାବକ ଦୋକାନୀ ଜଣକ ଦୋକାନ ବନ୍ଦ କରି ମାଲିକ ଘରକୁ ଯାଆନ୍ତି । ବୁଧବାର ସକାଳୁ ଦୋକାନ ଭିତର ପଟୁ ଧୁଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖି ଦୋକାନୀକୁ ଖବର ଦେଇଥିଲେ । ଖବର ପାଇ ଦୋକାନୀ ଘଟଣାସ୍ଥଳରେ ପହଂଚିଥିଲା । ଦୋକାନର ଆଗ ପଟ ଚାବି ପଡିଥିବା ବେଳେ ଭିତର ପଟୁ ଧୁଆଁ ବାହାରୁଥିଲା । କେହି ଦୃବୁର୍ତ ଦୋକାନରେ ନିଆଁ ଲଗାଇଥାଇ ପାରନ୍ତି ବୋଲି ସନ୍ଦେହ ହୋଇଥିଲା । ଡେଲାଙ୍ଗରୁ ଦମକଳ ବାହିନୀ ପହଂଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ । ନିଆଁର ପ୍ରକୋପରେ ଦୋକାନର ଜୀନିଷ ପତ୍ର ସବୁ ଜଳି ପୋଡି ଯାଇଛି । ଏନେଇ ଶ୍ରୀମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନାରେ ୩୬୧/୨୫ରେ ଏକ ମାମଲା ରୁଜୁ ହୋଇଛି । ହାଟ ଫାଣ୍ଡି ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଦୃବୁର୍ତ ମାନେ ଦୋକାନ ଘରେ ନିଆଁ ଲଗାଇବା ପଛରେ କାରଣ କଣ ଥାଇପାରେ ତାହା ପୋଲିସ ତଦନ୍ତରେ ଜଣା ପଡିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକଟ ରଖିଛନ୍ତି ।
