ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷ ରୁ ନାରୀ ନିର୍ଯ୍ୟାତନା ରୋକିବାରେ ସରକାର ବିଫଳ ନେଇ ଆଜି ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ, ୩୫୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଆଜି ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଏବଂ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଅବନୀ ରଂଜନ ଯୋଶୀଙ୍କ ନେତୃତ୍ବରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ସରକାର ମହିଳା ନିର୍ଯାତନା ରୋକିବା ରେ ବିଫଳ ହୋଇଛନ୍ତି। ଏହି ଉପଲକ୍ଷେ ଏକ ଦାବୀ ପତ୍ର ପୋଲିସ ମହାନିର୍ଦ୍ଧେଶ ଙ୍କ ଉଦ୍ଧେଶ୍ୟରେ ନୂଆପଡ଼ା ପୋଲିସ ଏସ ପିଙ୍କୁ ଦାବୀ ପତ୍ର ପ୍ରଦାନ କରିବା ପାଇଁ ଅଡି ବସିଥିଲେ। ଆନ୍ଦୋଳନକାରୀ ମାନେ ଉତ୍ୟକ୍ତ ହୋଇ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ଅତିରିକ୍ତ ପୋଲିସ ଅଧିକ୍ଷକ ଆସି ବୁଝାଇଥିଲେ। ପରେ ଏସ ପି ଆସି ଦାବୀ ପତ୍ର ଗ୍ରହଣ ପରେ ଆନ୍ଦୋଳନ ରୁ ପ୍ରତ୍ୟାହାର କରିଛନ୍ତି। ଲମ୍ବୋଦର ନିଆଳ, ଜୟ ଢୋଲକିଆ, ଅକ୍ଷୟ ନନ୍ଦ, ବହୁ ବିଜୁ ଜନତା ଦଳ ମହିଳା ଓ ପୁରୁଷ କର୍ମୀ ମାନେ ଯୋଗ ଦେଇଥିଲେ।
