ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ଖରୀଆର ରୋଡ ଏନଏସି ପକ୍ଷ ରୁ ଏକକ ବ୍ୟବହାର ପଲିଥିନ ମୁକ୍ତ ଜିଲ୍ଲା ଗଠନ ରେ ସଜାଗ ପ୍ରହରୀ ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍ । ତାଙ୍କ ଦ୍ବାରା ଆଜି ଅଳିଆ ଗଦା ରୁ ପଲିଥିନ ବାହାର କରି ଆବର୍ଜନା ଗାଡ଼ିରେ ଫିଙ୍କିଥିଲେ। ତାଙ୍କ ଏତା ଦୃଶ୍ୟ କାର୍ଯ୍ୟ ଦେଖି ଅଞ୍ଚଳ ରେ ଥିବା ଅଧିବାସୀମାନେ ମଧ୍ୟ ବାହାରି ପଲିଥିନ ସଫା କରିଛନ୍ତି। ପଲିଥିନ ନିଶ୍ଚିତ ରୂପେ ମୁକ୍ତ ହେବା ସାଙ୍ଗକୁ ଜିଲ୍ଲାରେ ଏକ ଜଣ ଆନ୍ଦୋଳନ ରେ ପରିଣତ ହୋଇଅଛି। ବିଶେଷ ରୂପେ ଯୁବ ବର୍ଗ ମାନେ ଆଗେଇ ଆସି ପଲିଥିନ ବ୍ୟବହାର ନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଜେ ମଧ୍ୟ ଏକ କପଡା ମୁନା ନେଇ ବଜାର ଯିବା ଅଭ୍ୟାସ କରିବା ଦରକାର ହୋଇ ପଡ଼ିଛି।
