
ମୁନା ସିଂ,ପ୍ରତିନିଧି
ବଡ଼ସାହି/ ଉଦଳା -ଭଗବାନ ଯୋଉଠି ଭକ୍ତ ହିଁ ସେଇଠି. ସତେ ଯେମିତି ଭକ୍ତ ଓ ଭଗବାନ ଙ୍କ ର ଇଏ ଅପୁର୍ବ ମିଳନ l ମା ଙ୍କ ର ଅପାର କରୁଣା ପାଇବା ପାଇଁ ଏଇଠି ଲକ୍ଷ ଲକ୍ଷ ଭକ୍ତ ଙ୍କ ସୁଅ ଛୁଟିଛି l ସତେ ଯେମିତି ମା ଚାହିଁ ବସିଛନ୍ତି ଆବେଗ ଭରା ରେ ଭକ୍ତ ଙ୍କୁ l କେବଳ ଏ ଅଞ୍ଚଳ ନୁହେଁ ସାରା ଓଡିଶା ରେ ମା ଙ୍କ ର ମହିମା ବେଶ ପରିଚିତ ଏହି କୋଉଡି ଖଣି ମା ହିଙ୍ଗୁଳା ପୀଠ ରେ l ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରା ରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିର l ପ୍ରଥମେ ମା ହିଙ୍ଗୁଳା ଏକ ଓସ୍ଥାୟୀ ମନ୍ଦିର ରେ ପୂଜା ପାଇଆସୁଥିଲେ l ହେଲେ ସମୟ କ୍ରମେ ଆଜି ଏକ ଭୋବ୍ୟ ମନ୍ଦିର ଶାଳ ଜଙ୍ଗଲ ମଧ୍ୟ ରେ ମା ପୂଜା ପାଉଛନ୍ତି l ପ୍ରତେକ ଦିନ ମା ଙ୍କ ର ଏଇଠି ପୂଜା ଅନୁଷ୍ଠିତ ହୋଇଥାଏ ତେବେ ମା ଙ୍କ ର ବାର୍ଷିକ ବଡ ପୂଜା ଆଜି ଯଥା ରୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି l ମା ଙ୍କ ର ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତ ଙ୍କ ସମାବେଶ ହୋଇଛି l ମନରେ ଆଶା ଓ ବିଶ୍ୱାସ ରଖି ଭକ୍ତ ଧାଇଁ ଆସିଛି ମା ଙ୍କ ପାଖକୁ l କିଏ ହାତରେ ନଡ଼ିଆ ଧରିଛି ତ ଆଉ କିଏ କଦଳୀ କାନ୍ଧି ଧରିଛି l ଆଉ କିଏ ଘର ର କୁଟା କୁ ଆଣି ଅଗ୍ନି କୁଣ୍ଡ ରେ ନିଜର ମାନିସିକ ପୁରଣ ପାଇଁ ସମର୍ପୋଣ କରୁଛନ୍ତି l ବିଶେଷ କରି କଦଳୀ ନଡ଼ିଆ ଓ ଘର ର କୁଟା ଅଗ୍ନି କୁଣ୍ଡରେ ପକାଇଲେ ପରିବାର ର ଦୁଃଖ ଦୂର ହୁଅ ବୋଲି ବିଶ୍ୱାସ ରିହିଛି l ସତରେ ମା ଙ୍କର କରୁଣା ଆଜି ଶ୍ରଦ୍ଧାଳୁ ମାନଙ୍କୁ ଏଠାକୁ ଟାଣି ଆଣିଛି l ମା ଙ୍କର ଦର୍ଶନ କରିବା ସହ ଦୀପ ଜାଳି ବୋଟବୃକ୍ଷ ରେ ନିଜର ମlନୋଷିକ ବ୍ରତ ବାନ୍ଧିଥାନ୍ତି l ଏହି ପରିକି ଯେଉଁମାନଂକର ମାନସିକ ପୂର୍ବରୁ ପୁରଣ ହୋଇଥାଏ ସେମାନେ ମଧ୍ୟ ମା ହିଙ୍ଗୁଳା ଙ୍କ ପାଖରେ ଆସି ନିଜର ପୂଜା ସମର୍ପଣ କରିଥାନ୍ତି l ଏହି ମା ଙ୍କ ବଡ଼ ପୂଜା ରେ ଗୋଟିଏ ଦିନ ପାଇଁ ଲକ୍ଷାଧିକ ଭକ୍ତ ଙ୍କ ସମାଗୋମ ହୋଇଥିବା ବେଳେ ହଜାର ହଜାର ବେବୋସାୟ ସେମାନଙ୍କର ପସରା ମେଲାଇଥାନ୍ତି l କେବଳ ଏ ଅଞ୍ଚଳ ରେ ନୁହେଁ ବlଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱର ରୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କର ମଧ୍ୟ ସୁଅ ଛୁଟିଥାଏ l
ଉଦଳା ବଡସାହି ରୁ ମୁନl ସିଂ ଙ୍କ ରିପୋର୍ଟ ଭଞ୍ଜଦୂତ