ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲ। ଉକ୍ତ ବୈଠକରେ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ମିଶନ ମୋଡରେ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାରୁ ଜଣା ଗଲାଯେ ଜିଲ୍ଲାରେ ୨୦୦୦୦ ସମ୍ଭାବ୍ୟ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଛି l ଏଥିରୁ ଅଗଷ୍ଟ ସୁଦ୍ଧା ୧୬୫୧୧ ଜଣ ଲକ୍ଷପତି ଦିଦି ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ୮୯୪୨ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରହିଛନ୍ତି l ୯୭୭ ଟି କ୍ଲଷ୍ଟର ଲେବେଲ୍ ଏବଂ ୧୩୧ ଟି ଜି ପି ଲେବେଲ୍ ଫେଡେରେସନ ରହିଛି l ୩୮୫୨୫ ଜଣଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଏବଂ ୪୩୧୦୩ ଜଣଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ନବୀକରଣ ହୋଇଛି l ଜିଲ୍ଲାରେ ୧୨୯୨ ଜଣ ମହିଳା “ଉଦ୍ୟୋଗୀ ଯୋଜନାରେ” ଏକ ଲକ୍ଷ ଲେଖାଏଁ ଋଣ ପ୍ରଦାନ ଲକ୍ଷ୍ୟ l ଜିଲ୍ଲାରେ ୫୧ ଟି ମିଶନ୍ ଶକ୍ତି ରିଟେଲ ମାର୍କେଟ ଖୋଲିଛି l ଆଗାମୀ ଦିନରେ ୩୫ ଟି ଜି ପି ଏଲ୍ ଏଫ୍ ଗୃହ ଓ ୧୫୪ ଟି ମିଶନ୍ ଶକ୍ତି ଗୃହ ନିର୍ମିତ ହେବା ନେଇ ସମୀକ୍ଷା ହୋଇଥିଲା।
