କୋରାପୁଟ ଜିଲ୍ଲାଗସ୍ତ ସାରି ଫେରିଗଲେ ଓଡିଶା ରାଜ୍ୟପାଳ ଡ଼ ହରିବାବୁ କୁମ୍ଭମ ପତି l
ରାଜ୍ୟପାଳ ହେବା ପରେ ପ୍ରଥମ ଥର ଅଭିବକ୍ତ କୋରାପୁଟ ଜିଲ୍ଲା ସରକାରୀ ଗସ୍ତ କାଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ଫେରିଗଲେ ଓଡିଶା ର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କୁମ୍ଭମ ପତି ଏହି ଚାରିଦିନ ଅଭିବକ୍ତ କୋରାପୁଟ ଜିଲ୍ଲା ର ସରକାରୀ ଉନ୍ନୟନ ମୂଳକ କାଯ୍ୟଗୁଡିକ ପରଖିବା ପରେ ଆଜି ଅଭିବକ୍ତ କୋରାପୁଟ ଜିଲ୍ଲା ର ପ୍ରଶାସନ ଓ ପଦାଧିକାରୀ ଙ୍କ ସହ ସମୀକ୍ଷା ବୌଠକ ରେ ଯୋଗଦେଇ ଥିଲେ ଓ ଶେଷରେ ସାମ୍ବାଦିକ ମାନଙ୍କ ର ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ l କୋରାପୁଟ ଓ ମାଲକାନଗିରି ଜିଲ୍ଲା ର ଜିଲ୍ଲା ପ୍ରଶାସନ ଦ୍ୱାରା ହାଥ କୁ ନିଆଯାଉ ଥିବା ସରକାରୀ କାଯ୍ୟ ଗୁଡିକର ପ୍ରଶଂସା କରିଥିବା ବେଳେ ଏବେ, 40%କାଯ୍ୟ ସରକାରୀ ସ୍ତର ରେ ହେଉଛି ଆଉ ବାକି କାଯ୍ୟ ହେଉନି ବୋଲି କ୍ଷୋଭ ର ସହ କହିବା ସହ ଜନସାଧାରଣ ସରକାରୀ ଯୋଜନା ଆଉ କାଯ୍ୟ ଗୁଡିକର ଲାଭ ପାଇବା ଉଚିତ ବୋଲି କହିଥିଲେ ସେହିପରି ଦେଓମାଳୀ ର ଉଚ୍ଚ ପ୍ରଶଂସା କରିଥିବା ବେଳେ ଭାରତ ମାଳା ପ୍ରୋଜେକ୍ଟ ର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ଆନ୍ଧ୍ର ଓ ଓଡିଶା ଦୁଇ ପଡୋଶୀ ରାଜ୍ୟ ମଧ୍ୟ୍ୟ ରେ ଏହି ଭାରତ ମାଳା ପ୍ରୋଜେକ୍ଟ ସଂପର୍କ ର ଏକ ସେତୁ ଭଳି କାଯ୍ୟ କରିବ ବୋଲି କହିଥିଲେ l ଏହି କାଯ୍ୟକ୍ରମ ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ର ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ସାମିଲ ହୋଇଥିଲେ lକୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
