ସୋର ବ୍ଲକରେ ୬ଷ୍ଠ ତମ ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକଙ୍କୁ ପ୍ରବେଶ ମନା, ସିପି ଦେଖାଇଲେ ଗୁଗୁଲ ନିୟମ,ସାମ୍ବାଦିକଙ୍କୁ ବୁଝାଇ ଧାରଣାରୁ ଉଠାଇଲେ ବିଧାୟକ
ସୋର(ଭଞ୍ଜଦୂତ, ନିପ୍ର): ସୋର ବ୍ଲକରେ ଦୀର୍ଘ ବର୍ଷ ହେବ କେତେ ଜଣ ବାବୁ ଗାଦି ମାଡ଼ିବସି ନିଜ ସମ୍ପତ୍ତି ବଢ଼ାଇବାରେ ବ୍ୟସ୍ତ। ଏହିପରି ବିଭିନ୍ନ ସମସ୍ୟା ନେଇ ବିଭିନ୍ନ ସମୟରେ ସାମ୍ବାଦିକ ମାନେ ବ୍ଲକ ଅଫିସରଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ପାଇ ପାରୁ ନ ଥିବା ବେଳେ ଆଜି ସୋର ବ୍ଲକ ସଭାଗୃହରେ ୬ଷ୍ଠ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ଅନୁସୟା ମଳିକଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସୋର ବିଧାୟକ ମାଧବ ଧଡ଼ା,ସୋର ତହସିଲଦାର ଦୈତାରୀ ମଲ୍ଲିକ,ସୋର ବିଡିଓ ସତ୍ୟନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଜନ ପ୍ରତିନିଧି ମାନେ ବ୍ଲକରେ ହେଉଥିବା ଘୋଟାଲା ବାବଦରେ ଅସନ୍ତୋଷ ବ୍ୟକ୍ତି କରିବା ସହିତ ବିଭିନ୍ନ ଯୋଜନାରେ ହେଉଥିବା ଘୋଟଲା ବାବଦରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବିଭିନ୍ନ ଘୋଟାଲା ବିଷୟରେ ଜାଣି ଖବର ପ୍ରସାରଣ ଡରରେ ପ୍ରବେଶ କରିବାକୁ ନ ଦେବାରୁ ସାମ୍ବାଦିକ ମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ଦୀର୍ଘ ୬ ବର୍ଷ ଧରି ଗାଦି ମାଡ଼ି ବସିଥିବା ସିପି ତପନ ମିଶ୍ର ଓ ବିଡିଓ ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗରେ ସାମ୍ବାଦିକ ମାନେ ଧାରଣାରେ ବସିଥିଲେ। ସିପି ମହୋଦୟ ସାମ୍ବାଦିକଙ୍କୁ ପଞ୍ଚାୟତ ସମିତି ବୈଠକରେ ପ୍ରବେଶ କଟକଣା ବିଷୟରେ ଗୁଗୁଲରେ ସର୍ଚ୍ଚ କରିବାକୁ ଜ୍ଞାନ ଦେଇଥିଲେ। ସାମ୍ବାଦିକ ମାନଙ୍କ ପ୍ରତ୍ୟୁତ୍ତରରେ କିନ୍ତୁ କୌଣସି ଚିଠି ଦେଖାଇ ପାରି ନ ଥିଲେ। ଯାହା ଦ୍ବାରା ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ହୋଇଥିଲା । ପ୍ରଥମେ ବିଧାୟକ ମାଧବ ଧଡ଼ା ଆସି ବୁଝାସୁଝା କରିବା ପରେ ପୁଣି ୧ ଘଣ୍ଟା ପରେ ନିଜେ ବିଡିଓଙ୍କ ସମେତ ଅନ୍ୟମାନେ ପହଞ୍ଚି ବୁଝାସୁଝା କରିବା ସହିତ କ୍ଷମା ପ୍ରାର୍ଥନା କରିବା ପରେ ସାମ୍ବାଦିକ ମାନେ ଧାରଣାରୁ ଉଠିଥିଲେ। ଉକ୍ତ ସିପି ଜଣଙ୍କ ଭଦ୍ରକ ତଥା ଖଇରାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ବେଳେ ତାଙ୍କ ଉପରେ ଭିଜିଲାନ୍ସ ତଦନୁ ପାଇଁ ଦାବି କରାଯାଇଛି।
