– କୋରାପୁଟ ରେ ଲାଗିରହିଥିବା ମେଡିକାଲ୍ ଓ ବସଷ୍ଟାଣ୍ଡ ସମସ୍ୟା କୁ ନେଇ ରାଜ୍ୟପାଳ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲେ କୋରାପୁଟ ସଚେତନ ନାଗରିକ
– କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ। କୋରାପୁଟ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା କୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ରାଜ୍ୟପାଳ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଚି। ସଚେତନ ନାଗରିକ ତରଫରୁ କୁହାଯାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଳେଜ୍ ରେ ପ୍ରଫେସର ରହୁନାହାନ୍ତି। ସେମାନେ କୋରାପୁଟ ମେଡିକାଲ୍ ରେ ନ ରହି ବ୍ରହ୍ମପୁର ରାଜଧାନୀ କଟକ ର ବିଭିନ୍ନ କ୍ଲିନକ ରେ ବସୁଛନ୍ତି। ଯାହା ଫଳ ରେ କୋରାପୁଟ ବାସୀ ଉଥମ ଚିକିତ୍ସା ପାଇ ପାରୁନାହାନ୍ତି। ତେଣୁ ପ୍ରଫେସର ମାନଙ୍କୁ ସ୍ତାୟୀ ଭାବରେ କୋରାପୁଟ ମେଡିକାଲ୍ କଲେଜ୍ ଓ ହସପିଟାଲ ରେ ଅବସ୍ଥାପିତ କରାଯାଉ। କୋରାପୁଟ ବସଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇପଡିଛି। ଯଦିଓ ରାଜ୍ୟ ସରକାର କୋରାପୁଟ ବସଷ୍ଟାଣ୍ଡ କୁ ନୂତନ ବସଷ୍ଟାଣ୍ଡ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି କିନ୍ତୁ କାମ ଆଖିଦୂର୍ଶିଆ ଆଗେଇ ପାରୁନାହିଁ। ତେଣୁ ବସଷ୍ଟାଣ୍ଡ କୁ ଜଲଦୀ କାର୍ଯ୍ୟକ୍ଷମ କରିବାକୁ ସଚେତନ ନାଗରିକ ଙ୍କ ତରଫରୁ ରାଜ୍ୟପାଳ ଙ୍କୁ ଦାବୀ ପତ୍ର ମାଧ୍ୟମରେ ଜଣଇ ଦୀୟାଯାଇଛି। ମହାମହିମ ରାଜ୍ୟପାଳ ଦାବୀ ପତ୍ର ପଡ଼ି ଅତି ଶୀଘ୍ର ସମସ୍ୟାର ସମାଧାନ କିଭଳି ହେବ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳଙ୍କୁ ଏଇ ଦାବି ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ତରଫରୁ ଅନେକ ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର,
