ଭୀମଦା ପଞ୍ଚାୟତ ର VLW ହରିଶ୍ଚନ୍ଦ୍ର ମହାନ୍ତ ଙ୍କର ବାହାପିଆ କାମକୁ କଥା ଫୁଟାଣି…
ଆଜ୍ଞା ହଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ର VLW ବାବୁ ହରିଶ୍ଚନ୍ଦ୍ର ମହାନ୍ତ ଙ୍କର କାର୍ଯ୍ୟକଳାପ ରେ ପଞ୍ଚାୟତ ର ଜନ ସାଧାରଣ ଅତିଷ୍ଟ ହେଇଗଲେଣି.
ସେ ମାସରେ 12 ରୁ 15 ଦିନ ଅଫିସ ଆସନ୍ତି.ଆଉ ଲୋକ ପଚାରିଲେ କୁହନ୍ତି ବ୍ଲକ ରେ ମିଟିଙ୍ଗ ଥିଲା.ନ ହେଲେ ଛୁଟି ରେ ଅଛି.କିନ୍ତୁ ଯଦି କିଛି କାମର ବିଲ୍ ହେବାର ଥିବ ତାହେଲେ ସେ ହସ ହସ ମୁହଁ ରେ ଠିକ୍ ଟାଇମ ରେ ଆସି ଅଫିସ ପହଁଞ୍ଚି ଯାଆନ୍ତି. କାହିଁକି ନା ସେ ଦିନ ପକେଟ ଟା ଗରମ ହେବ ନା…
ଅଫିସ ଶେଷ ହେବା ପରେ ଗାଁ ମୁଣ୍ଡରେ ଥିବା ଢ଼ାବା ରେ
ଗାଁ ଠିକାଦାର ଆଉ VLW ହରିଶ୍ଚନ୍ଦ୍ର ମହାନ୍ତ ମିଶି,ବେସ୍ ମୌଜ ମଜିଲିସ କରି ଆଡା ଜମାଇ ବାରିପଦା ରେ କରିଥିବା ଘର କୁ ଯାଆନ୍ତି । କିନ୍ତୁ ଚାକିରୀ ଆହୁରି 5/10 ବର୍ଷ ଅଛି,
କିନ୍ତୁ ବାବୁ ଙ୍କ ଘର ଦେଖିଲେ ଲୋଭ ଆସିଯିବ, ଏତେ ସୁନ୍ଦର ଚିକଣିଆ ଘର ଟିଏ କରିଛନ୍ତି ଯେ, ଯିଏ ଦେଖିବ ସିଏ ଭାବିବ ସତରେ ଇଏ କଣ VLW ହରିଶ୍ଚନ୍ଦ୍ର ମହାନ୍ତ ବାବୁ ଙ୍କ ଘର, ଏତେ ଶୀଘ୍ର କିପରି ଜାଗା କିଣି ଏତେ ସୁନ୍ଦର ଚିକଣିଆ ଘରଟିଏ କରିପାରିଲେ, କଳା ଧନ କିଛି ନାହିଁତ, ଏମିତି କେତେ କଣ ସଭିଙ୍କ ମନ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ଏହି ପ୍ରଶ୍ନ ର ଉତ୍ତର ଖୁବ ଶୀଘ୍ର ଖୁଲାସା ହେବ ବୋଲି ଜଣା ପଡୁଛି, ଆଉ ଏ ବାବୁ ଙ୍କୁ ଯଦି କିଛି ଅଫିସ କାମ ରେ ଲୋକେ ଅଭିଯୋଗ କରନ୍ତି ସେତେବେଳେ ଏ ବାବୁ ଖାଲି ତମ୍ପ ସାପ ପରି ଫୋଁ ଫାଁ ହୁଅନ୍ତି, ଆଉ ବ୍ୟବହାର ତ ପୁରା ଡଷ୍ଟବିନ ରେ ପଡିଥିବା ଜିନିଷ ପରି କଦର୍ଯ୍ୟ,
ଆଉ ଅଫିସ କାର୍ଯ୍ୟ ଗାଁ ଗାଁ ବୁଲି ବୁଲି ଲୋକ ଙ୍କ ଘରେ ବସି କରନ୍ତି, ଆଉ ଭଲ ଭାବରେ ଚିକେନ, ମଟନ ମଧ୍ୟ୍ୟ ନାଦି କି ଖାଆନ୍ତି,ଏହା ତାଙ୍କ ର ଅଫିସ ଆସିବା ର ନିତିଦିନିଆ କାର୍ଯ୍ୟ ଅଟେ,
ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ରେ ଘରେ ଘରେ ତ୍ରିରଙ୍ଗା ଲଗାଇବାର ସରକାର ବ୍ୟବସ୍ତା କରିଥିଲେ,ପ୍ରତ୍ୟେକ ପଞ୍ଚାୟତ କୁ ତ୍ରିରଙ୍ଗା ପତାକା ଆସିଲା କିନ୍ତୁ ଭୀମଦା ପଞ୍ଚାୟତ ର କାହା ଘରେ ତ୍ରିରଙ୍ଗା ପତାକା ଟିଏ ଲାଗିପାରିଲା ନାହିଁ ,
ସେତେବେଳେ ଆମ ପ୍ରତିନିଧି ଫୋନ ଯୋଗେ ସରପଞ୍ଚ ଙ୍କୁ ପଚାରିବାରୁ ସରପଞ୍ଚ କହିଲେ ପତାକା ବହୁତ ଆସିଛି VLW ବାବୁ ଆସିଲେ ବାଣ୍ଟିବା, ଆଉ VLW ବାବୁଙ୍କୁ ପଚାରିବାରୁ ସେ କହିଲେ ପତାକା ସମୁଦାୟ 50 ରୁ 100 ଟା ଭିତରେ ଆସିଛି ସେଥିରୁ କେତେ ରାସ୍ତା ରେ ଯିବା ଲୋକଙ୍କୁ ବାଣ୍ଟିଦେଲେ, ଆଉ ମୁଁ ଭତ୍ତା ଦେଉଥିଲି, ପତାକା ବାଣ୍ଟିବା ପାଇଁ ମୋ ପାଖେ ସମୟ କାହିଁ, ତାହେଲେ ପ୍ରକୃତରେ କେତେ ତ୍ରିରଙ୍ଗା ପତାକା ଆସିଥିଲା, 50 ନା 100 ତାହାବି କାହାକୁ ଜଣା ନାହିଁ.।
ଗାଁ ରେ ଜଣେ ବୟସ୍କ ବୃଦ୍ଧ ଲୋକ ତାର 80 ବର୍ଷିଆ ଅଧିକ ଭତ୍ତା ପାଇପାରୁନାହିଁ, ସେ ବୁଝିବା ପାଇଁ 3 ଦିନ ପଞ୍ଚାୟତ ଅଫିସ କୁ ଗଲା ପରେ ଗୋଟେ ଦିନ VLW ବାବୁଙ୍କର ଦେଖା ପାଇଲେ ଆଉ ସେ ତାଙ୍କର ଭତ୍ତା ଟିକୁ ଅଧିକ କେମିତି ହେଇପାରିବ ସେ କଥା କହିବାରୁ, VLW ବାବୁ ତାଙ୍କୁ କହିଲେ,ମୋତେ 1000 ଟଙ୍କା ଦିଅ ମୁଁ ଶୀଘ୍ର କରିଦେବି,ନ ହେଲେ ଲେଟ ହେବ,ଏହି କଥା ଶୁଣି ସେ ବୃଦ୍ଧ ଜଣଙ୍କ ମନଦୁଃଖ କରି ସେଠୁ ଫେରି ଆସିଲେ,ଏହି କାର୍ଯ୍ୟ ସବୁ ଜାଣି,ଆମ ପ୍ରତିନିଧି
ଯୁବ ସରପଞ୍ଚ ଭୀମ ସିଂ ଙ୍କୁ ପଚାରିବାରୁ ସେ କହିଛନ୍ତି, ଏ କଥା ମୁଁ ସବୁ ଜାଣିଛି ଖାଲି ସମୟ କୁ ଅପେକ୍ଷା କରିଛି, ଏହାର କାର୍ଯ୍ୟାନୁଷ୍ଠାନ ମୁଁ ନିଶ୍ଚିତ ନେବି ।
ବ୍ୟୁର ରିପୋର୍ଟ ଭଞ୍ଜଦୂତ ଖବର
