ହରଭଙ୍ଗା (କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ବଜାରସ୍ଥିତ ସାଥୁଆ ବାକ୍ସ ଦୋକାନରୁ ପୋଲିସ ଦ୍ୱାରା ଗଞ୍ଜେଇ ଜବତ କରାଯାଇଛି l ସୂଚନା ଅନୁଯାଇ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂଙ୍କ ନେତୃତ୍ୱରେ ଏକ ଟିମ ପୁରୁଣାକଟକ ବଜାର ଉପରେ ଥିବା ସାଥୁଆ ଆଲମିରା ଓ ବାକ୍ସ ଦୋକାନ ଉପରେ ଚଢ଼ାଉ କରିଥିଲେ l ଦୋକାନ ଭିତରୁ ୭୮.୪ କେଜି ଗଞ୍ଜେଇ ଜବତ ହୋଇଥିଲା l ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ ହେବ l ଏଥିରେ ଦୋକାନ ମାଲିକ ରଞ୍ଜନ ସାଥୁଆକୁ ମଧ୍ୟ ଗିରଫ କରାଯାଇଛି l ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କଲା ପରେ ଏନ ଡି ପି ଏସ ଆକ୍ଟ ୧୪୦/୨୫ ରେ ଏକ ମାମଲା ରୁଜୁ କରି ଦୋକାନ ମାଲିକ ରଞ୍ଜନକୁ କୋର୍ଟ ଚାଲାଣ କରାଯାଇଥିବା ପୁରୁଣାକଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଉକ୍ତ ଚଢ଼ାଉରେ ଥାନା ଅଧିକାରୀଙ୍କ ସମେତ ଏସ ଆଇ ସସ୍ମିତା ମଗର ଓ ତାଙ୍କ ଟିମ ସାମିଲ ଥିବା ସୂଚନା ମିଳିଛି l
