ଧର୍ମଶାଳା (କୁଲୁ ବରାଳ) : ଯାଜପୁର ଜିଲ୍ଲା ରେ ଦିନକୁ ଦିନ ବଢ଼ି ଚାଲିଛି ବେଧଡକ ଗୋଚାଲାଣ। ସବୁ ଜାଣି ଚୁପ ବସିଛି ପୋଲିସ, କିଛି ହାତ ଗଣିତି ଥାନାଧିକାରୀ ଙ୍କୁ ଛାଡିଦେଲେ ମୋଟା ଅଙ୍କର ବଟି ନେଇ ବାଟ କଢାଇ ନିରାପଦରେ ଛାଡି ଦେଉଛି ପୋଲିସ ସେମାନଙ୍କୁ। ରାଜନେତାଙ୍କ ଠୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଏଥିରେ ସମ୍ପୃକ୍ତ ଥିବାର ଅନୁମାନ ହେଉଛି। ଜୀବନ କୁ ପାଣି ଛଡାଇ ଗୋଚାଲାଣ କୁ ବିରୋଧ କରୁଥିବା ଲୋକଟି ଜେଲ ରେ ମିଛ କେଶ ରେ ପଶୁଥିବା ବେଳେ ଗୋମାଫିଆ ମାନେ ଖୁଲମ ଖୁଲା ପଦାରେ ବୁଲୁଛନ୍ତି। ସରକାର ବଦଳିବା ପରେ ନୂତନ ସରକାର ଠୁ ଯେଉଁ ଆଶା କରାଯାଉଥିଲା ତାହା ମଧ୍ୟ ଧୀରେ ଧୀରେ ମଉଳି ଯାଉଛି।ଚାରିନଙ୍ଗଳ, ନଳି ପୁର, ବାଲିଚନ୍ଦ୍ରପୁର,ସୂଂଗୁଡା, ଦର୍ପଣୀ, ନେଉଳପୁର, ବ୍ରହ୍ମବରଦା,ମଧୁବନ, କୁଆଖିଆ ଆଦି ସ୍ଥାନରୁ ବେଧଡ଼କ ଗୋଚାଲାଣ ହେଉଥିବାର ଶୁଣିବାକୁ ମିଳୁଛି। ବାଲିଚନ୍ଦ୍ରପୁର, ଧର୍ମଶାଳା, ଜେନାପୁର, କୁଆଖିଆ, ଯାଜପୁର ରୋଡ଼, ଯାଜପୁର ସଦର ଆଦି ବହୁ ଥାନା ଥିବା ସତ୍ବେ କେବଳ ବଡ଼ଚଣା ଥାନା ଅଧିକାରିଣୀ ସେମାନଙ୍କୁ ଧରିବାକୁ ସକ୍ଷମ ହେଉଛନ୍ତି। ଅନ୍ୟ ଥାନା ରେ ଗୋଟିଏ ବି ଗୋମାଫିଆ କୁ ଧରିବାକୁ ସକ୍ଷମ ହୋଇନାହାନ୍ତି। ଏହାର କାରଣ ଜଳଜଳ ହୋଇ ପଦାକୁ ଜଣା ପଡୁଛି। ଆଜି ବଡ଼ଚଣା ଥାନା ଅଧିନସ୍ଥ ବେଣାପୁର ପୁର ନିକଟରେ ନାଲିପୁର ରୁ ପଶ୍ଚିମ ବଙ୍ଗ ଚାଲାଣ ହେଉଥିବା ଏକ ଗୋରୀ ବୋଝଇ କଣ୍ଟେନର କୁ ଧରିବାକୁ ସକ୍ଷମ ହୋଇଛି ବଡ଼ଚଣା ପୋଲିସ। ଶତାଧିକ ଗୋରୁଙ୍କୁ ଅମାନୁଷିକ ଭାବେ ଲଧା ଯାଇ ନିଆ ଯାଉଥିବା ସମୟରେ ୨୫ ରୁ ଉର୍ଦ୍ଧ ଗୋରୁଙ୍କର ସେଥିରେ ମୃତ୍ୟୁ ହୋଇଥିବା ର ଦେଖିବାକୁ ମିଳିଥିଲା। ବଡ଼ଚଣା ଥାନାଅଧିକାରିଣୀ ଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଯାଜପୁର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଅଛି, ଏବଂ ତାଙ୍କର କାର୍ଯ୍ୟକୁ ସାଧାରଣରେ ବହୁ ପ୍ରଶଂସା କରାଯାଉଛି।ଯଥା ସମ୍ଭବ ଗୋମାଫିଆ ଓ ଗୋଚାଲାଣ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନ ହେଲେ ଦୃଢ଼ ଆନ୍ଦୋଳନ ହେଵ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି।
