
ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ବୁରୂଜାଙ୍ଗ ହରିଜନ ସାହିରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ପୁର୍ବ ପୁରୁଷ ତଥା ପରମ୍ପରାରୁ ଏହି ଗ୍ରାମରେ ବଡ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଉ ଥିବା ଆଜି ବି ଉକ୍ତ ଅଞ୍ଚଳର ଯୁବକ ମାନେ ଗଣେଶ ପୂଜା ର ଆୟୋଜନ କରିଛନ୍ତି। ଏହି ଅବସରରେ ସମସ୍ତ ନିତିକାନ୍ତି ଅନୁଯାଇ ଗଜାନନ ଙ୍କ ପୁଜା ହୋମ ଆଦି କରାଯାଇ ଥିବା ବେଳେ ସାହିକୁ ତୋରଣ ଓ ଲିଚୁ ବଲପ ମାଳରେ ସଜା ସଜି କରାଯାଇଛି। ପ୍ରଭାତ ମିଶାଲ, ରମେଶ ଲିମା, ବିଭୁ ପରିଛା, ଗାବ୍ରି ପରିଛା, ଜିଯିକଲ ଜେନା, ପ୍ରତାପ ମିଶାଲ ମିଥୁନ ପରିଛା, ହରିଶ୍ଚନ୍ଦ୍ର ପରିଛାଙ୍କ ଅନ୍ୟ ସଦସ୍ୟ ମାନେ ଏହି ପୁଜା କାର୍ଯ୍ୟର ପରିଚାଳନା କରିଥିଲେ।
