ସୋର/ଖଇରା (ଜ୍ୟୋତି ପ୍ରକାଶ ଦୀକ୍ଷିତ) :ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଡ଼ପୋଖରୀ ପଞ୍ଚାୟତ ମହୁଲଶିକଡ଼ ଗାଁରୁ ବିପୁଳ ବିସ୍ପୋରକ ଜବତ କଲା ପୋଲିସ l ଆଜି ନୀଳଗିରି ଏସଡ଼ିପିଓ ପ୍ରମୋଦ କୁମାର ମଲ୍ଲିକ ଏକ ବିଶେଷ ସୂତ୍ରରୁ ଖବର ପାଇ ଗାଁର ରଞ୍ଜନ କୁମାର ସେଣ୍ଡଙ୍କ ଘରେ ଅଚାନକ ଚଢ଼ାଉ କରିଥିଲେ l ବିସ୍ପୋରକ ରଖିଥିବା ବ୍ୟକ୍ତି ଜାଣିପାରି ବିସ୍ପୋରକ ଗୁଡିକୁ ଏକ ଅଳିଆ ଗଦା ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ l ବ୍ୟକ୍ତି ଜଣକ ଅନେକ ଦିନ ହେବ ଏହି ବ୍ୟବସାୟ କରୁଥିଲେ ବୋଲି ଗ୍ରାମବାସୀ ମାନେ କହିଛନ୍ତି l ଜନବସତି ଅଞ୍ଚଳରେ ରଖିବାକୁ ନିୟମ ନଥିବା ବେଳେ ନିୟମ କୁ ଫୁ କରି ଏହାକୁ ପୁଣି ଅସୁରକ୍ଷିତ ଭାବେ ରଖିଥିଲେ l ଏହି ବିସ୍ପୋରକ ପାହାଡ଼ ଫଟାଇବା ପାଇଁ ବ୍ୟବହାର କରାଯାଉଥିଲା l ଏହି ଜବତ ବିସ୍ପୋରକ ଯାହାର ଅନୁମାନିକ ମୂଲ୍ୟ 20 ଲକ୍ଷରୁ ଅଧିକ ଟଙ୍କା ହେବ ପୋଲିସ କହିଛି l
